ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଲେଇପାଟ ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟରେ ବିର୍ସା ମୁଣ୍ଡା ଜୟନ୍ତୀ ଓ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁଲେଇପାଟ ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟରେ ବିର୍ସା ମୁଣ୍ଡା ଜୟନ୍ତୀ ଓ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର – ୧୬/୧୧: ସୁଲେଇପାଟ ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଉତ୍ସବ ପାଳନ ସହିତ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ମୁଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁଲେଇପାଟ ସିଆରସିସି ବସନ୍ତ କୁମାର ଦଳେଇ ଓ ଯରଡା ସିଆରସିସି ଗୌତମ ସାହୁ ଯୋଗଦେଇଥିଲେ।

ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ ଓ ଦେଶ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥିସହିତ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ଜ୍ଞାନ, ଶିକ୍ଷା, କ୍ରୀଡ଼ା ମନୋଭାବ ଓ ମହାପୁରୁଷଙ୍କ ପ୍ରତି ସମ୍ମାନବୋଧ ବୃଦ୍ଧି କରିବାର ବାର୍ତ୍ତା ଦିଆଯାଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଢେଙ୍କାନାଳ ସଦର ବ୍ଲକ୍ ସ୍ତରୀୟ ଏକ ଦିବସୀୟ ବର୍ଣ୍ଣାଢ଼୍ୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୬ ମହାସମାରୋହରେ ଉଦ୍ ଯାପିତ 

Sunil Chandra Nayak

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ସରପଞ୍ଚ

masiha

ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!