ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଏସଏସଡି ବାଳିକା ବିଦ୍ୟାଳୟରେ ବିର୍ସା ମୁଣ୍ଡା ଜୟନ୍ତୀ ସହ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଆୟୋଜିତ

ବିଜାତଳା ଏସଏସଡି ବାଳିକା ବିଦ୍ୟାଳୟରେ ବିର୍ସା ମୁଣ୍ଡା ଜୟନ୍ତୀ ସହ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଆୟୋଜିତ

ରାଇରଙ୍ଗପୁର – ୧୬/୧୨ ବିଜାତଳା ଏସଏସଡି ବାଳିକା ବିଦ୍ୟାଳୟ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୋଲାମଣି ମାରାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଦିଲ୍ଲୀପ କୁମାର ନନ୍ଦ ଏବଂ ବିଜାତଳା ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏଥିରେ ବିଜାତଳା ସିଆରସିସି, ବଣକାଟି ସିଆରସିସି, ବିଜାତଳା ବ୍ଲକ୍‌ର ଅବସରପ୍ରାପ୍ତ ଶିକ୍ଷକବୃନ୍ଦ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଅଭିଭାବକ, ଛାତ୍ରୀଛାତ୍ର, ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଓ ସଦସ୍ୟ, ବିଦ୍ୟାଳୟ ଶିକ୍ଷା କମିଟି ଏବଂ ନିର୍ମାଣ କମିଟିର ସଦସ୍ୟବୃନ୍ଦଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସକ୍ରିୟ ଉପସ୍ଥିତି ଏବଂ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କେନ୍ଦ୍ରୀୟ ବଜେଟକୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଡାବୁଗାଁ ପ୍ରେସ କ୍ଲବ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ

Sunil Chandra Nayak

ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଦାବି

masiha

Leave a Comment

error: Content is protected !!