ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ କେଳେଙ୍କାରି ଅଭିଯୋଗ

ଆବାସ କେଳେଙ୍କାରି ଅଭିଯୋଗ

ଟଙ୍କା ନେଇ ଆବାସ ଘର ବଣ୍ଟନ ହେଉଛି ନା ପୌରାଧ୍ୟକ୍ଷଙ୍କ ଚାପରେ ଅଯୋଗ୍ୟଙ୍କୁ ମିଳୁଛି କାର୍ଯ୍ୟାଦେଶ? ଜଳେଶ୍ୱର ପୌର ପରିଷଦରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଖୋଦ୍‌ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଦୁଇ ମହଲା ବିଶିଷ୍ଟ ପକ୍କା ଘର ଥିବା ସତ୍ତ୍ୱେ ଜଣେ ବ୍ୟକ୍ତିଙ୍କୁ କିପରି ଆବାସ ଯୋଜନାରେ ଯୋଗ୍ୟ ଦର୍ଶାଇ କାର୍ଯ୍ୟାଦେଶ ଦିଆଗଲା, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏପରିକି ପୌର ପରିଷଦର ସିଏଲ୍‌ଟିସି ହିତେଶ ପ୍ରଧାନ ପୌରାଧ୍ୟକ୍ଷ ପ୍ରତାପ କୁମାର ପ୍ରଧାନଙ୍କ ଚାପରେ କାର୍ଯ୍ୟାଦେଶ ଦେଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୌରାଧ୍ୟକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସମସ୍ତ ହିତାଧିକାରୀଙ୍କ ଯାଞ୍ଚ ପାଇଁ ଦାବି କରିଛନ୍ତି। ତେବେ ଆବାସ ବଣ୍ଟନରେ ଅନିୟମିତତା ପଛରେ ରହିଛି କାହାର ହାତ? ଦେଖିବା ଏହି ରିପୋର୍ଟ। ଭିଓ -୧-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦରେ ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ଏବେ ବିବାଦ ତେଜିଛି। ମଙ୍ଗଳବାର ପୌର ପରିଷଦ ପକ୍ଷରୁ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ପୌର ପରିଷଦର ୧୬ ନମ୍ବର ୱାର୍ଡର ଜଣେ ବ୍ୟକ୍ତିଙ୍କର ପୂର୍ବରୁ ଦୁଇ ମହଲା ବିଶିଷ୍ଟ ପକ୍କା ଘର ଥିବା ସତ୍ତ୍ୱେ ତାଙ୍କୁ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏ ନେଇ ଅଭିଯୋଗକାରୀ ସଞ୍ଜିତ ରାୟ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଅଭିଯୋଗ ପାଇବା ପରେ ସାଂସଦ ଘଟଣାର ତଦନ୍ତ କରିବା ସହ ଆବାସ ଯୋଜନାରେ ହୋଇଥିବା ଅନିୟମିତତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ କେଉଁ ଆଧାରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗ୍ୟ ଦର୍ଶାଇ କାର୍ଯ୍ୟାଦେଶ ଦିଆଗଲା, ତାହାର ତଦନ୍ତ ଆବଶ୍ୟକ ବୋଲି ମତ ରଖିଛନ୍ତି।

ଏପଟେ ପୌର ପରିଷଦର ସିଏଲ୍‌ଟିସି ହିତେଶ ପ୍ରଧାନ ଏହି କାର୍ଯ୍ୟାଦେଶ ପ୍ରଦାନ ପଛରେ ପୌରାଧ୍ୟକ୍ଷ ପ୍ରତାପ କୁମାର ପ୍ରଧାନଙ୍କ ଚାପ ଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଘଟଣାଟି ନୂଆ ମୋଡ଼ ନେଇଛି।

ଅନ୍ୟପକ୍ଷରେ ପୌରାଧ୍ୟକ୍ଷ ପ୍ରତାପ କୁମାର ପ୍ରଧାନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ଆବାସ ଯୋଜନାରେ ଚୟନ ହୋଇଥିବା ସମସ୍ତ ହିତାଧିକାରୀଙ୍କ ନିରପେକ୍ଷ ଯାଞ୍ଚ କରାଯାଉ ବୋଲି ମତ ଦେଇଛନ୍ତି।

ତେବେ ଆବାସ ଯୋଜନାରେ ପ୍ରକୃତ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି କି? ସିଏଲ୍‌ଟିସିଙ୍କ ଅଭିଯୋଗ ଓ ପୌରାଧ୍ୟକ୍ଷଙ୍କ ଖଣ୍ଡନ ମଧ୍ୟରେ ଏବେ ସମସ୍ତଙ୍କ ନଜର ପ୍ରଶାସନିକ ତଦନ୍ତ ଉପରେ। ତଦନ୍ତ ହେଲେ ହିଁ ଆବାସ ବଣ୍ଟନର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

masiha

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ସହରାଞ୍ଚଳ ବିକାଶରେ ସ୍ୱଚ୍ଛତା, ରାଜସ୍ୱ ଆଦାୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Sunil Chandra Nayak

ରାଜ୍ୟ ଓମ୍ଫେଡ଼ ବୋର୍ଡ ର ଅଧ୍ୟକ୍ଷ ହେବେ କଳାହାଣ୍ଡି ଜିଲ୍ଲାର କିଶୋର ଚନ୍ଦ୍ର ପ୍ରଧାନୀ

Sunil Chandra Nayak

Leave a Comment

error: Content is protected !!