ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଓମ୍ଫେଡ଼ ବୋର୍ଡ ର ଅଧ୍ୟକ୍ଷ ହେବେ କଳାହାଣ୍ଡି ଜିଲ୍ଲାର କିଶୋର ଚନ୍ଦ୍ର ପ୍ରଧାନୀ

କୋକସରା,୬/୦୩- ରାଜ୍ୟ ଓମଫେଡ଼ ବୋର୍ଡର ଅଧ୍ୟକ୍ଷ ହେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନୀ। ରାଜ୍ୟ ଓମଫେଡ଼ ବୋର୍ଡ ପାଇଁ ସେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଆସନ୍ତା ୬ ତାରିଖ ଦିନ ବିଧିବଦ୍ଧ ଭାବେ ଓମ୍ଫେଡ଼ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ତେବେ ସେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି। ପୂର୍ବରୁ ସେ ବିକେଏନ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ଓମଫେଡ଼ର ସଭାପତି ରହି ତିନି ଜିଲ୍ଲାରେ ଓମ୍ଫେଡ଼ର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାସହ ଦୁଗ୍ଧ ଚାଷିଙ୍କୁ ପ୍ରୋତ୍ସାହନ ଦେଇ ପାରିଦର୍ଶିତା ଦେଖାଇଛନ୍ତି। ରାଜ୍ୟର ଓମଫେଡ଼ ଅଧ୍ୟକ୍ଷ ହେବାନେଇ ଓମଫେଡର ଅଧିକାରୀ ଜେ. କେ.ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ କୋକସରା ସରପଞ୍ଚ ସହ କୋକସରା କୃଷି ସମବାୟ ସମିତିର ସଭାପତି ମଧ୍ୟ ରହିଛନ୍ତି।ଓମଫେଡ଼ ରାଜ୍ୟ ଅଧ୍ୟକ୍ଷ ହେବା ଖବର ମିଳିବା ପରେ ତାଙ୍କର ଏହି ସଫଳତାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ କୋକସରା ବ୍ଲକରୁ ତାଙ୍କର ଶୁଭେଚ୍ଛୁ ମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ରାଷ୍ଟ୍ରୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି )ସଙ୍କଟରେ: ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି 

Sunil Chandra Nayak

୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

masiha

Leave a Comment

error: Content is protected !!