ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ଜାମଦାର ଶତାଧିକ ଶ୍ରମିକଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ସରବତ ବଣ୍ଟନ

ମୟୂରଭଂଜ-/୨୨/୦୫/୨୦୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକରେ ଶତାଧିକ ବିଭିନ୍ନ ଶ୍ରମିକଙ୍କ ମଧ୍ୟରେ ପଥର ଖାଦାନରେ ପଥର ଫଟାଉଥିବା ଶ୍ରମିକଙ୍କୁ,ପଥର ଲୋଡ଼ିଂ କରି ଦୂରକୁ ନେଉଥିବା ଗାଡ଼ି ଚାଳକଙ୍କୁ, ଘର ନିର୍ମାଣ କରୁଥିବା ମିସ୍ତ୍ରୀ,ରେଜା ଓ କୁଲି,ଜାମଦା ପୋଲିସ୍ କର୍ମଚାରୀଙ୍କ ନିକଟକୁ ଯାଇ ଦହି ସରବତ,ଲେମ୍ବୁ ସରବତ,ଓ.ଆର୍.ଏସ୍,ଛତୁଆ ସରବତ,ଘୋଳ ଦହି,ବେଲପଣା ୟୁଏସ୍ଆଇ ସଂଗଠନ ମୟୂରଭଞ୍ଜ ପକ୍ଷରୁ ବଣ୍ଟନ କରାଯାଇଛି |ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ବାମନଘାଟୀ ସଂଯୋଜକ ମୋହନ ମୁର୍ମୁଙ୍କ ଉପସ୍ଥିତିରେ ବିଭିନ୍ନ ପଥର ଖାଦାନ ବୁଲି ବୁଲି,ଘର ନିର୍ମାଣ ହେଉଥିବା ସ୍ଥାନ କୁ ଯାଇ ସରବତ ବଣ୍ଟନ କରିଥିଲେ |ମନୋଜ କୁମାର ମହାନ୍ତି, କିଶୋର କୁମାର ବେହେରା,ଦୀପକ କୁମାର ମହାନ୍ତି,ମନୋଜ ମଣ୍ଡଳ,କାଣ୍ଡସର ଗ୍ରାମର ଲକ୍ଷ୍ମୀଧର ପାତ୍ର,ଲାଲୁବାବୁ,ବିର୍ସା କଣ୍ଡାଙ୍କେଲ୍,ଆସମାନ ମୁଣ୍ଡା,ସୋନା ସର୍ଦ୍ଦାର,ପରଦାନ କାଲୁଣ୍ଡିଆ,ବାଲେ ନାଏକ,ବତୀ କାଲୁଣ୍ଡିଆ ସହଯୋଗ କରିଥିଲେ |ଶ୍ରମିକମାନେ ଦହି ସରବତ ପାନ କରି ଏ ସବୁର ଆୟୋଜକଙ୍କୁ ଆନନ୍ଦିତ ହୋଇ ଧନ୍ୟବାଦ ଦେଇଥିବା ବେଳେ ଏସବୁ ସରବତରେ ଭୃଷଙ୍ଗା ପତ୍ର,ତୁଳସୀ ପତ୍ର,ପଦିନା ପତ୍ର,ବେଲ ପତ୍ର ମିଶ୍ରିତ ସରବତର ଉପକାରିତା ଉପରେ ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଶ୍ରମିକମାନଙ୍କୁ କହିଥିଲେ |

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

Sunil Chandra Nayak

ଘରକୁ ଘର ବୁଲି ଆଧାର ସେବା ଯୋଗାଇବେ ପୋଷ୍ଟମ୍ୟାନ୍

ଧର୍ମଗଡ଼ରେ OBC, ST, SC ମହାମଞ୍ଚର ଜନଗର୍ଜନ ସମାବେଶ ଓ ୧୦ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!