ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲିନ୍ ଆଣ୍ଡ ଗ୍ରୀନ ତରଫରୁ ରେଲୱେ ଷ୍ଟେସନରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା/ ଭାରତ ସ୍ବାଧୀନତାର ଦୁଇ କର୍ଣ୍ଣଧାର ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନକୁ ବେଶ ଶ୍ରଦ୍ଧାର ସହ ଦେଶବ୍ୟାପୀ ପାଳୁଥିବା ଅବସରରେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ “କ୍ଲିନ ଓ ଗ୍ରୀନର” ସଭ୍ୟ ମାନେ ରାଉରକେଲା ରେଳ ଷ୍ଟେସନ ପରିସରରେ ଏକାଠି ହୋଇ ସ୍ବଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ରାଉରକେଲା ରେଳ ମଣ୍ଡଳର ଷ୍ଟେସନ ମାଷ୍ଟର ପ୍ରଭାସ ଦାସ ଓ ଏଆରଏମ ଆର ଏନ ମହାନ୍ତି ଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ଗାନ୍ଧୀ ଜୟନ୍ତୀ ରେ ଷ୍ଟେସନ ପରିସରରେ ‘ସ୍ୱଛତା ଓ ତାର ସଚେତନତା’ କାର୍ଯ୍ୟକ୍ରମ ରେ ସମସ୍ତ କ୍ଲିନ ଓ ଗ୍ରୀନର ସଦସ୍ୟ ମାନଙ୍କ ସାମିଲ ହୋଇଥିଲେ । ରେଳବାଇ କର୍ତ୍ତୃପକ୍ଷ ଙ୍କ ସମେତ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। କ୍ଲିନ ଓ ଗ୍ରୀନର ବରିଷ୍ଠ ସଦସ୍ୟ ଓ ସଂପାଦକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବହେଳିତ ଅଟୋ ରିକ୍ସା ଷ୍ଟାଣ୍ଡ ଓ ପାର୍ସଲ ଡେଲିଭରି ଅଞ୍ଚଳକୁ ଆବର୍ଜନା ମୁକ୍ତ କରାଯାଇଥିଲା ଓ ମିଳିତ ଉଦ୍ୟମରେ କିଛି ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଷ୍ଟେସନ ପରିସର ମଧ୍ୟରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ପାଣିମୁଣ୍ଡା ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨ଆସନ କଂଗ୍ରେସ ସୁନ

Sunil Chandra Nayak

Leave a Comment

error: Content is protected !!