ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

ରାଉରକେଲା/ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ବାଲିଯୋଡି ଛକ ନିକଟସ୍ଥ ପୁଣ୍ୟାତ୍ମା ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ପାଳିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦକ ତଥା ସମାଜସେଵୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଫକୀର ଚରଣ ହୋତା, ଡାକ୍ତର ବିଷ୍ନୁପ୍ରିୟା ଦେଇ,ପି ପି ରାୟ, ବାସୁଦେବ ସାମଲ, ଶିକ୍ଷାବିତ ସିମାଞ୍ଚଳ ପଣ୍ଡା, ସନାତନ ସାହୁ, ମୁରଲୀଧର ଦାସ ଯଥାକ୍ରମେ ମୁଖ୍ୟଅତିଥି ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ କର୍ମମୟ ଜୀବନ,ସ୍ୱାଧୀନତା ସଂଗ୍ରାମ,ବ୍ରିଟିଶ ବିରୋଧୀ ନୀତି, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ସର୍ବପରି ଅଖଣ୍ଡ ଭାରତ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସରଳ ନିଷ୍କପଟ ଜୀବନୀ ଓ ରାଜନୀତି, ରେଳଗାଡ଼ି ଦୁର୍ଘଟଣାର ତାଙ୍କର ମନ୍ତ୍ରି ପଦରୁ ସ୍ୱଇଛାରେ ଇସ୍ତଫା ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ସାହୁ, ସନାତନ ବାରିକ, ହରିହର ବେହେରା, ବିଶ୍ବସନାଥ ଦାସ, କାହ୍ନୁ ଚରଣ ବେହେରା, ପ୍ରତିମା ପାଣିଗ୍ରାହୀ, ପ୍ରଭାସିନୀ ରାଉତ ସୁଲତା ସାହୁ, ସୂର୍ଯ୍ୟକାନ୍ତି ପାଢୀ, ମମତା ଦାସ, ଝୁନୁରାଣୀ ଦାସ, ବନିତା ସେଠି, କବିତା ବାରିକ, ସୁଚିତ୍ରା ବେହେରା, ଶୁଭଶ୍ରୀ ନାୟକ, ସଂଯୁକ୍ତା ବେହେରା, ରଂଜିତା ନାୟକ, ଅନୁଶ୍ରୀ ଦାସ, ଜୟନ୍ତୀ ବେହେରା, ଯାଜ୍ଞସେନୀ ଡାକୁଆ ଓ ପୁଷ୍ପଲତା ଯାନୀ,ସାମ୍ବାଦିକ ମନୋଜ ସାମଲ ପ୍ରମୁଖ ଆଲୋଚନାରେ କରିଥିଲେ। ପାରମ୍ଭରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲାପରେ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାସୁମନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତା, ସମାଜସେଵୀ, ଶିକ୍ଷାବିତ, ସ୍ୱୟଂସହାୟକ ଗୋଷ୍ଠିର ମହିଳା ଓ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ l ଅନ୍ତର୍ଯ୍ୟାମୀ ବେଉରା ଧନ୍ୟବାଦ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବିତା – ହେ ମହାବାହୁ

Sunil Chandra Nayak

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା , ଗୋଲାମୁଣ୍ଡା ବ୍ଲକରେ ୭୪୧ ପରିକ୍ଷାର୍ଥୀ

Sunil Chandra Nayak

ଟଙ୍କା ଠକି ନେଇ ଥିବା ଘଟଣା କୁ ଅଭିଯୋଗ କାରୀଙ୍କ ଖଣ୍ଡନ

Sunil Chandra Nayak

Leave a Comment

error: Content is protected !!