ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉଥରେ ସଂସ୍କୃତି ମନସ୍କ ହେବା: ସ୍ୱାମୀ ଚିଦାନନ୍ଦ ମହାରାଜ…

ଆଉଥରେ ସଂସ୍କୃତି ମନସ୍କ ହେବା:

ସ୍ୱାମୀ ଚିଦାନନ୍ଦ ମହାରାଜ…

ରାଉରକେଲା: ବିଶିଷ୍ଟ ସମାଜ ସଂସ୍କାରକ ସନ୍ଥ ପଦ୍ମଶ୍ରୀ ବାବା ବଳିଆଙ୍କ କୃପା ପାତ୍ର ଶିଷ୍ୟ ତଥା ଇଣ୍ଟର୍ ନ୍ୟାସନାଲ ଗୀତା ମିଶନର ଅଧ୍ୟକ୍ଷ ଡ. ସ୍ୱାମୀ ଚିଦାନନ୍ଦ ମହାରାଜ ନିଜର ପାଞ୍ଚଦିନିଆ 

ରାଉରକେଲା ଗସ୍ତ କାର୍ଯ୍ୟକ୍ରମକୁ ପରିସମାପ୍ତି କରିଅଛନ୍ତି। ପୂଜ୍ୟ ସ୍ୱାମୀଜୀ ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ବିରମିତ୍ରପୁର ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର୍ ୪ ସ୍ଥିତ ସରକାରୀ ମହାବିଦ୍ୟାଳୟ , ବାଳସୁଧାର କେନ୍ଦ୍ର ନିରାପତ୍ତା ଗୃହ , ଶୁଭସ୍ଥିତି ଆପାର୍ଟମେଣ୍ଟ, ଗୋପବନ୍ଧୁ ପାଠାଗାର ଆଦି ବିଭିନ୍ନ ସ୍ଥାନରେ ବେଦ ଉପନିଷଦ ଗୀତା ଭାଗବତ ଓ ବିଭିନ୍ନ ପୁରାଣ ଆଦିର ସାମାଜିକ ଓ ବୈଜ୍ଞାନିକ ବିଶ୍ଳେଷଣ ସହ ଆଧାତ୍ମିକ ସାଧନା ସମନ୍ଧରେ ଆଲୋକପାତ କରିଥିଲେ ।

     ଏହି ଅବସରରେ ସ୍ୱାମୀ ଚିଦାନନ୍ଦ ମହାରାଜ କହିଥିଲେ ଯେ ଭାରତ ବର୍ଷର ମଣିଷ ଋଷିର ସନ୍ତାନ । ସମସ୍ତଙ୍କ ଗୋତ୍ର ହିଁ ତାର ପ୍ରମାଣ ଏଣୁ ଆମମାନଙ୍କ କର୍ମ ଓ ବିଚାର ବୋଧଶାସ୍ତ୍ରାନୁକୁଳ ହେବା ଆବଶ୍ୟକ । ଭାରତୀୟ ସଂସ୍କୃତି ଓ ପରଂପରା ମଧ୍ୟରେ ବାସ୍ତବଶାନ୍ତି ଓ ଆନନ୍ଦର ବାର୍ତ୍ତା ଲୁଚି ରହିଅଛି। ଆଧୁନିକ ସମାଜର ପ୍ରତିଟି ମଣିଷ ସଂସ୍କୃତି ମନସ୍କ ହେବା ଉଚିତ । ମାନବିକତା ହେଉଛି ସର୍ବଶେଷ୍ଠ ଧର୍ମ, ଶାସ୍ତ୍ର ବର୍ଣ୍ଣିତ ବିଜ୍ଞାନ ଆଧୁନିକ ବିଜ୍ଞାନ ଠାରୁ ଅଧିକ ବିକଶିତ। ପଞ୍ଚଦିବସାତ୍ମକ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ବସୁଧୈବ କୁଟୁମ୍ବକମ ଅନୁଷ୍ଠାନର ସଭାନେତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଇଂ ନବଘନ ସାହୁ, ଶର୍ମିଷ୍ଠା କବିଶତପଥି , ଶଙ୍କର ପ୍ରସାଦ ତ୍ରୀପାଠୀ, ବିଶ୍ୱନାଥ ଜେନା, ରାଜୀବ ପାଣି, ଅନିଲ୍ ଦାଶ ଓ ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ

ମଧୁସୂଦନ ପାଠାଗାରରେ ମହର୍ଷି ବାଲ୍ମିକୀ ଓ ରାମାୟଣ ଗାଥା ଆଲୋଚନା ଚକ୍ର 

Sunil Chandra Nayak

ଇସ୍ପାତ ନଗରୀ ରାଉରକେଲାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ .

Sunil Chandra Nayak

Leave a Comment

error: Content is protected !!