ଆଦର୍ଶ ବିଦ୍ୟାଳୟ ରେ ଖାଦ୍ୟ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ
ନବରଙ୍ଗପୁର:(୧୮/୧୧/୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡଙ୍ଗରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଖାଦ୍ୟ ମେଳା ଓ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ, ଡାବୁଗାଁ ଥାନା ସହ ନିରୀକ୍ଷକ ପ୍ରତ୍ୟୁଷ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟବସାୟିକ ଜ୍ଞାନ ବୃଦ୍ଧି ସାଙ୍ଗକୁ ଗାଣିତିକ ହିସାବ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ଏହି ଖାଦ୍ୟ ମେଳାର ମୁଖ୍ୟ ଉଦ୍ଦେଶ୍ୟ ।ଛାତ୍ରଛାତ୍ରୀମାନେ କିଭଳି ଅଭିଭାବକ ଓ ଶିକ୍ଷକଙ୍କ ବିନା ଖାଦ୍ୟ କ୍ରୟ, ବିକ୍ରୟର ହିସାବ କରିପାରିବା ସହ ଦୋକାନରେ ଯେଭଳି ଠକାମୀର ଶିକାର ହେବେ ନାହିଁ, ସେ ନେଇ ଏହି ପାରମ୍ପାରିକ ଖାଦ୍ୟ ମେଳା ପ୍ରତିବର୍ଷ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହେଉଛି।ଛାତ୍ର ଛାତ୍ରୀ ମାନେ ବହୁଳ ସଂଖ୍ୟାରେ ଏହି ଖାଦ୍ୟ ମେଳାରେ ଯୋଗ ଦେଇଥିବା ବେଳେ ଭଳିକି ଭଳି ପାରମ୍ପାରିକ ଓଡିଆ ଖାଦ୍ୟ ସହ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରୟ କରିଥିଲେ। ଖାଦ୍ୟ ମେଳାରେ ଅତିଥି ମାନେ ନାନା ପ୍ରକାର ଖାଦ୍ୟର ମଜା ନେଇଥିଲେ। ସେହିପରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବହୁ ସୁନ୍ଦର ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା। ଖାଦ୍ୟ ମେଳାରେ ଛାତ୍ରୀ ଜାଗୃତି ପଟ୍ଟନାୟକ ପ୍ରଥମ , ଭେଙ୍କେଟ ଓ ହୃଷିକେଶ ବେହେରା ଦ୍ୱିତୀୟ ଓ ଲୋକନାଥ ପଟ୍ଟନାୟକ ଓ ଅଭିଜିତ ଦାଶ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଚିତ୍ର କଳାରେ ପ୍ରାଞ୍ଜୋଲ ରାଜପୁତ ପ୍ରଥମ, ଆଦ୍ୟାଂଶ ନିଶଙ୍କ ଦ୍ୱିତୀୟ ଓ ଦିବ୍ୟଶ୍ରୀ ପାତ୍ର ତୃତୀୟ ସ୍ଥାନ ହାସଲ କରିଥିଲେ । ଅପରାହ୍ନରେ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ ଦଣ୍ଡସେନା,ଗିରିଶବାଳା ଜେନା ଓ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପାଢ଼ୀ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ନିଗମାନନ୍ଦ ନାୟକ, ଦିଗାମ୍ବର ବେହେରା, ପରସ୍ମିତା ପାତ୍ର, ଶରତ ଦଳେଇ, ପ୍ରଜ୍ଞାଦିପ୍ତା ପାତ୍ର, ସୀତାରାମ ସାହୁ, ମଳୟ ସରାବୁ,ଅନିଲ ନାୟକ, ଜିତେନ୍ଦ୍ର କୁମ୍ଭାର,ସୁବାସ ଦାସ,ସନ୍ତୋଷ ନାୟକ,ଆଶୁତୋଷ ନାୟକ ଓ ପଲ୍ଲବୀ ରାଣୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୁଜାରାଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

