ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୪ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ହକି ଚେମ୍ପିୟନସିପ୍ ର ଫାଇନାଲରେ ନବରଙ୍ଗପୁର ଦଳ 

୧୪ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ହକି ଚେମ୍ପିୟନସିପ୍ ର ଫାଇନାଲରେ ନବରଙ୍ଗପୁର ଦଳ 

ନବରଙ୍ଗପୁର:(୨୧|୧୧)(ରବି ନାରାୟଣ ମହାନ୍ତି)ସୁନ୍ଦରଗଡ଼ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ୧୪ ବର୍ଷରୁ କମ୍ ହକି ଚେମ୍ପିୟନସିପରେ ନବରଙ୍ଗପୁରର ବାଳକ ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି। ଏକ ରୋମାଞ୍ଚକର ସେମିଫାଇନଲ ମ୍ୟାଚରେ ନବରଙ୍ଗପୁର ଦଳ ଦେବଗଡ଼ ଜିଲ୍ଲାକୁ କଡ଼ା ଟକ୍କର ଦେଇ ଦମଦାର ବିଜୟ ହାସଲ କରିଛି। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଉଭୟ ଦଳ ୧-୧ ଗୋଲରେ ବରାବର ସ୍ଥିତିରେ ରହିବା ପରେ ମ୍ୟାଚଟି ଉତ୍ତେଜନାପୂର୍ଣ୍ଣ ପେନାଲ୍ଟି ସୁଟ୍‌ଆଉଟ୍‌କୁ ଯାଇଥିଲା। ସେଥିରେ ନବରଙ୍ଗପୁର ଦଳ ଅଦମ୍ୟ ସାହସ ଓ ଦକ୍ଷତା ଦେଖାଇ ୧୦-୦୯ ଗୋଲ ବ୍ୟବଧାନରେ ବାଜି ମାରି ଫାଇନାଲକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ନବରଙ୍ଗପୁର ଦଳ ଘରୋଇ ସୁନ୍ଦରଗଡ଼ ଦଳକୁ ଭେଟିବ। କୋଚ୍ ଯଶବନ୍ତ ସିଂ ଦେଓ ଏବଂ ମ୍ୟାନେଜର ପ୍ରଦୀପ ବିଶ୍ୱାସଙ୍କ ସୁଦକ୍ଷ ମାର୍ଗଦର୍ଶନ ଓ ପରିଚାଳନାରେ ଦଳ ଏହି ଗୌରବମୟ ସଫଳତା ହାସଲ କରିପାରିଛି।ଏହି ଖୁସି ଖବର ପାଇବା ପରେ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନି, ଶ୍ରୀମତୀ ସୁପ୍ରିୟା ନାୟକ, ଶ୍ରୀ ପ୍ରକାଶ ଚନ୍ଦ୍ର ମହାଲିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭାତ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ , ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ ସମେତ ସଂଘର ଅନ୍ୟ ସଦସ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଫାଇନାଲ ମ୍ୟାଚ ପାଇଁ ଶୁଭକାମନା ପ୍ରଦାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ “ଖେଲୋ ଇଣ୍ଡିଆ ” ଯୁବ କ୍ରୀଡ଼ା – ୨୦୨୪ର ଭାର ଉତ୍ତୋଳନରେ ବିରଳ ରୌପ୍ୟପଦକ ହାସଲ 

masiha

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

masiha

Leave a Comment

error: Content is protected !!