ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଆଂଚଳିକ କେନ୍ଦ୍ରରେ ଓଡ଼ିଶା ଶାଖାର ପ୍ରତିନିଧିଙ୍କ ଯୋଗଦାନ 

ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଆଂଚଳିକ କେନ୍ଦ୍ରରେ ଓଡ଼ିଶା ଶାଖାର ପ୍ରତିନିଧିଙ୍କ ଯୋଗଦାନ 

ଢେଙ୍କାନାଳ : ତା.୨୧.୧୧.୨୦୨୬ ରିଖ :(ମ ନି ସ     ) :ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ପକ୍ଷରୁ ଅନୁଷ୍ଠାନର ଓଡିଶା ସଂଯୋଜକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀଙ୍କ ନେତୃତ୍ୱରେ ୨୦ ଜଣ ଆଜୀବନ ସଦସ୍ୟା,ସଦସ୍ୟ ୟୁନେସ୍କୋ ସର୍ବଭାରତୀୟ ଅନୁଷ୍ଠାନ ଗୌହାଟିସ୍ଥିତ ଆଂଚଳିକ କାର୍ଯ୍ୟାଳୟ ପରିସରରେ ଇଉନେସ୍କୋ,ଗୌହାଟି ଉତ୍ତର-ପୂର୍ବ ଭାରତର ମୁଖ୍ୟ ତଥା ମହାସଚିବ ଡ.ଅଶ୍ବିନୀ ଶର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଅଧିବେଶନ -୨୦୨୬ ରେ ଯୋଗଦେଇ ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ, ୟୁନେସ୍କୋର ଲକ୍ଷ୍ୟ ବିଶ୍ୱ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ବିଶ୍ୱବାସୀ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ଏହାର ଏକାଡେମିକ ସଂଯୋଜକ ଡ.ମାରିମା ଗୋସ୍ଵାମୀ ଓ କାର୍ଯ୍ୟକାରୀ ସଦସ୍ୟା ଅଙ୍କିତା ବଡୁଆ,ଅନୁଷ୍ଠାନର ଓଡିଶା ସଂଯୋଜକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀ,ଇଉନେସ୍କୋର ଆଜୀବନ ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର,ଡ.ବିଜୟ କୁମାର ସାହୁ,ନିରୋଦ ଚନ୍ଦ୍ର ଜେନା,ବଂଶୀଧର ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ସାଦତ୍ ଖାନ୍,ଶାହରୁଖ ଖାନ୍,ଶ୍ରୀକାନ୍ତ କୁମାର ସାହୁ,ନାରାୟଣ ଶତପଥୀ, ସନାତନ ମଲ୍ଲିକ,ମହେଶ୍ୱର ସାହୁ,କୌଶଲ୍ୟା ବେଉରିଆ,ଡ.ମାନସୀ କର,ସୁଧାଂଶୁବାଳା ଜିତ, ମିନତୀ ସାହୁ,ଲିପିକା ସାହୁ,ସରୋଜ କୁମାର ମହାରଣା,ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦାନ କରି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଇଉନେସ୍କୋ କିପରି ରାଜ୍ୟ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓ ବିଶ୍ବ ବିଦ୍ୟାଳୟ ବିଭିନ୍ନ ମହାବିଦ୍ୟାଳୟ ସ୍ତରରେ ଜାତି ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଚାର ପ୍ରସାର କରୁଛି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମସ୍ତ ବକ୍ତା ୟୁନେସ୍କୋ ସମ୍ପର୍କରେ ସବିଶେଷ ଆଲୋଚନା କରି ଏହା ମାନବିକ ଅଧିକାରର ସୁରକ୍ଷା କରିବା ପାଇଁ ଜାତି,ଲିଙ୍ଗ,ଭାଷା ଏବଂ ଧର୍ମର ଭେଦଭାବ ନ ରଖି ସମସ୍ତଙ୍କ ପାଇଁ ନ୍ୟାୟ,ମୌଳିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ସୁନିଶ୍ଚିତ କରିବା।ସର୍ବଜନୀନ ଶିକ୍ଷା ପାଇଁ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଆଜୀବନ ଶିକ୍ଷାର ସୁଯୋଗ ସୃଷ୍ଟି କରିବା।ସାଂସ୍କୃତିକ ବିବିଧତା ସୁରକ୍ଷା ପାଇଁ ବିଶ୍ୱର ବିଭିନ୍ନ ସଂସ୍କୃତିକୁ ସମ୍ମାନ ଦେବା ଏବଂ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା।ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ସାକ୍ଷରତା ଅଭିଯାନ,ଶିକ୍ଷକ ତାଲିମ ଏବଂ ପିଲାମାନଙ୍କୁ ସ୍କୁଲ ଶିକ୍ଷା ପ୍ରଦାନ କରିବାରେ ଦେଶଗୁଡ଼ିକୁ ସାହାଯ୍ୟ କରେ।ଐତିହ୍ୟ ସୁରକ୍ଷା ପାଇଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ପ୍ରାକୃତିକ ସ୍ଥଳଗୁଡ଼ିକୁ ‘ବିଶ୍ୱ ଐତିହ୍ୟ ସ୍ଥଳ’ ଭାବେ ଘୋଷଣା କରି ସେଗୁଡ଼ିକର ସୁରକ୍ଷା କରେ।ବିଜ୍ଞାନ ଓ ପରିବେଶ ଜଳ ପରିଚାଳନା, ସମୁଦ୍ରର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକ ସହଯୋଗ ପ୍ରଦାନ କରେ।ଗଣମାଧ୍ୟମ ସ୍ୱାଧୀନତା ପାଇଁ ମତ ପ୍ରକାଶର ସ୍ୱାଧୀନତା ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରେ।ଜ୍ଞାନର ଆଦାନପ୍ରଦାନ ପାଇଁ ବିଭିନ୍ନ ଦେଶ ମଧ୍ୟରେ ସାହିତ୍ୟ କୃତିର ଅନୁବାଦ ଏବଂ ବୈଷୟିକ ଜ୍ଞାନର ଆଦାନପ୍ରଦାନରେ ସହାୟତା କରେ।ବର୍ତ୍ତମାନ ପୃଥିବୀର ପ୍ରାୟ ୧୯୪ରୁ ଅଧିକ ଦେଶ ୟୁନେସ୍କୋର ସଦସ୍ୟ ଅଛନ୍ତି ଏବଂ ଏହାର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସର ପ୍ୟାରିସ୍ ଠାରେ ଅବସ୍ଥିତ ବୋଲି ମତ ପ୍ରକାଶ କରିଥିଲେ।ୟୁନେସ୍କୋ ଅନୁଷ୍ଠାନର ଓଡିଶା ସଂଯୋଜକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବଳିଷ୍ଠ,ସଫଳ ମାର୍ଗଦର୍ଶକ କବି ବାହାଦୂର ପାଟ୍ଟସାହାଣୀ,ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ୟୁନେସ୍କୋ ସମ୍ପର୍କରେ ସବିଶେଷ ଆଲୋଚନା କରି ଆଗାମୀ ଦିନରେ ଓଡ଼ିଶାରେ ୟୁନେସ୍କୋର ବର୍ଷବ୍ୟାପୀ ଅନେକ କାର୍ଯ୍ଯକ୍ରମ କରାଯାଇ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଏହାକୁ ଆହୁରି ବ୍ୟାପକ ଓ ସର୍ବଜନାଦୃତ କରିବାକୁ ସମସ୍ତେ ସାମିଲ୍ ହେବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ସଭା ପ୍ରାରମ୍ଭର ମଞ୍ଚାସୀନ ଅତିଥିବୃନ୍ଦଙ୍କ ସମେତ ସମସ୍ତ ପ୍ରତିନିଧିଙ୍କୁ ଅନୁଷ୍ଠାନ ପକ୍ଷରୁ ବ୍ୟାଚ୍ ,ଆଜୀବନ ସଦସ୍ୟ ପରିଚୟ ପତ୍ର, ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ୨୦ ଜଣ ସଦସ୍ୟା, ସଦସ୍ୟ ଯୋଗଦାନ କରି ସମସ୍ତ ୟୁନେସ୍କୋ କର୍ମକର୍ତ୍ତାଙ୍କ ସହ ଏକ ସପ୍ତାହ ବ୍ୟାପୀ ଆସାମ, କାମାକ୍ଷା ଦେବୀ ମନ୍ଦିର,ପୋବିତରା ଜାତୀୟ ଉଦ୍ୟାନ,ମେଘାଳୟ ଓ ଶିଲଂ ର ଅନେକ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବା ସଙ୍ଗେ ସଙ୍ଗେ ୟୁନେସ୍କୋ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଭାରତୀୟ ୟୁଥ୍ ହଷ୍ଟେଲ୍ ଆସୋସିଏସନ୍ ର ଜାତୀୟ ସଂଯୋଜକ ସଦସ୍ୟା ତଥା ୟୁନେସ୍କୋ ଏକାଡେମିକ ସଂଯୋଜକ ଡ.ମାରିମା ଗୋସ୍ଵାମୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଶିକ୍ଷାବିତ୍, ସ୍ୱାଧୀନ ସମ୍ବାଦ ଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର,କାର୍ଯ୍ଯକ୍ରମ ସହ ସଂଯୋଜକ ତଥା ମିଡ଼ିଆ ପ୍ରଭାରୀ,ୟୁନେସ୍କୋ ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବନ୍ଦ ଘରୁ ଯୁବତୀଙ୍କ ମୃତ ଦେହ ଉଧାର 

masiha

ବାଜପେୟୀ ଜୟନ୍ତୀ ଉପଲକ୍ଷେ ବସ୍ତାରେ ସୁଶାସନ ଦିବସ ପାଳିତ

masiha

ନୂତନ ତହସିଲଦାର କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ସାମ୍ବାଦିକ ସଙ୍ଘ 

Sunil Chandra Nayak

Leave a Comment

error: Content is protected !!