ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଟାଗାଁ ଜନସେବା କେନ୍ଦ୍ରରୁ ୪ ଲକ୍ଷ ଟଙ୍କା ସହ ଲ୍ୟାପଟପ୍ ଓ ପ୍ରିଣ୍ଟର ଚୋରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ କଲମପୁର ପୁଲିସର ତଦନ୍ତ ଆରମ୍ଭ

କୋଟାଗାଁ ଜନସେବା କେନ୍ଦ୍ରରୁ ୪ ଲକ୍ଷ ଟଙ୍କା ସହ ଲ୍ୟାପଟପ୍ ଓ ପ୍ରିଣ୍ଟର ଚୋରି

ସାଇଣ୍ଟିଫିକ୍ ଟିମ୍ ସହାୟତାରେ କଲମପୁର ପୁଲିସର ତଦନ୍ତ ଆରମ୍ଭ….

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବଡ଼କୁଟୃ ଫାଣ୍ଡି ଅଧୀନସ୍ଥ କୋଟାଗାଁ ରେ ଥିବା ଜନସେବା କେନ୍ଦ୍ରରୁ ବଡ଼ଧରଣର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କେନ୍ଦ୍ରରୁ ପ୍ରାୟ ୪ ଲକ୍ଷ ଟଙ୍କା ନଗଦ ଅର୍ଥ ସମେତ ଦୁଇଟି ଲ୍ୟାପଟପ୍, ଗୋଟିଏ ପ୍ରିଣ୍ଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଏନେଇ ଆଜି କଲମପୁର ଥାନାରେ ଅଭିଯୋଗ ହେବା ପରେ ବଡ଼କୁଟୃ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲୋ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ଚୋରି ସାମଗ୍ରୀର ପରିମାଣ ଓ ନଗଦ ଅର୍ଥର ମୂଲ୍ୟକୁ ଦୃଷ୍ଟିରେ ରଖି ସେ ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀଙ୍କୁ ଅବଗତ କରାଇଥିଲେ।

ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଥାନା ଅଧିକାରୀ ଶ୍ରୀ କୋଣ୍ଡାଗୋରୀ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ସିସିଟିଭି ଫୁଟେଜ୍‌କୁ ଆଧାର କରି ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଏହି ଚୋରି ଘଟଣାରେ କିଏ ସମ୍ପୃକ୍ତ ଏବଂ ଚୋରି ସାମଗ୍ରୀ କେଉଁଠାରେ ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କକଡାଗୁଡା ରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ 

Sunil Chandra Nayak

ଦେଶୀ ମଦ ଜବତ, ଜଣେ ଗିରଫ 

masiha

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ ;୫,୫୦୦ ଲିଟର ମଦ ,ପୋଚ,ରନ୍ଧା ସାମଗ୍ରୀ,୨୬୫ ଲିଟର ଦେଶୀମଦ ଜବତ ସମେତ ୨ ଜଣଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!