ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୦ତମ ‘ସଣ୍ଡେସ୍ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ସହ ନିଶାମୁକ୍ତ ଯୁବ ସମାଜ ଗଠନର ଆହ୍ୱାନ ମେରା ଯୁବ ଭାରତ କଳାହାଣ୍ଡି ଓ ମାଁ ଡୁମେରମୁଡେନ ଯୁବକ ସଂଘର ମିଳିତ ଆୟୋଜନ

୧୦୦ତମ ‘ସଣ୍ଡେସ୍ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ସହ ନିଶାମୁକ୍ତ ଯୁବ ସମାଜ ଗଠନର ଆହ୍ୱାନ

ମେରା ଯୁବ ଭାରତ କଳାହାଣ୍ଡି ଓ ମାଁ ଡୁମେରମୁଡେନ ଯୁବକ ସଂଘର ମିଳିତ ଆୟୋଜନ

ଧର୍ମଗଡ଼: ଯୁବପିଢ଼ିଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ଶାରୀରିକ ସୁସ୍ଥତା ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଙ୍କେରୀଠାରେ ୧୦୦ତମ ‘ସଣ୍ଡେସ୍ ଅନ୍ ସାଇକେଲ୍’ ଏବଂ ‘ନିଶାମୁକ୍ତ ଯୁବ’ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି।

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat) କଳାହାଣ୍ଡି ଏବଂ କାଙ୍କେରୀସ୍ଥିତ ମାଁ ଡୁମେରମୁଡେନ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ରବିବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ ଯୋଗଦେଇ ସାଇକେଲ୍ ରାଲିର ଶୁଭାରମ୍ଭ କରିଥିଲେ। ଯୁବପିଢ଼ି ନିୟମିତ ବ୍ୟାୟାମ ଓ ସାଇକେଲ୍ ଚାଳନାକୁ ଜୀବନର ଅଂଶବିଶେଷ କରିବା ସହ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଭାଗୀଦାର ହେବାକୁ ସେ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା ଓ ଯୁବନେତା ଲଳିତ କୁମାର ବାଗ ଯୋଗଦେଇ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ।

ଫିଟ୍ ଇଣ୍ଡିଆ’ ଅଭିଯାନକୁ ଆଗେଇ ନେବା ସହ ‘ସିଡବ୍ଲ୍ୟୁଜି କି ବାରି ହୈ, ଅଲିମ୍ପିକ୍ସ କି ତୈୟାରି ହୈ’ ବାର୍ତ୍ତାକୁ ନେଇ କାଙ୍କେରୀ ଯୁବକ ସଂଘଠାରୁ ସନ୍ଧିକୁଲିଆରୀ ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍ ରାଲି ଆୟୋଜିତ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ବିଭିନ୍ନ ଯୁବକ ସଂଘର ସଦସ୍ୟ, ସ୍ଥାନୀୟ ଯୁବକ ଏବଂ କାଙ୍କେରୀ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇଥିଲେ।

ମାଁ ଡୁମେରମୁଡେନ ଯୁବକ ସଂଘର ସଭାପତି ତଥା ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ। ମେରା ଯୁବ ଭାରତ ଧର୍ମଗଡ଼ର ଏନୱାଇଭି ହିତେଶ କୁମାର ଜଗତ ଏହାର ଆୟୋଜନ କରିଥିବା ବେଳେ ଧର୍ମଗଡ଼ର ଏନୱାଇଭି ସିପୁନ ନାଏକ ଏବଂ ଜୟପାଟଣାର ଏନୱାଇଭି ନୀଳକଣ୍ଠ ଖଡ଼ିକା ସକ୍ରିୟ ସହଯୋଗ କରିଥିଲେ।

ଶେଷରେ ଆୟୋଜକ ସଂଘ ପକ୍ଷରୁ ଉପସ୍ଥିତ ଅତିଥି, ଯୁବକ ଓ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବନେଇମୁଣ୍ଡା ଆବାସିକ ସ୍କୁଲ ରେ ଛାତ୍ର କୁ ମାଡ଼ ଘଟଣା , ସପ୍ତାହ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

Sunil Chandra Nayak

କଙ୍କଡାବେଡା ଗାଁ ମୁଣ୍ଡରେ ରାସ୍ତା ମରଣଯନ୍ତା 

Sunil Chandra Nayak

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

Sunil Chandra Nayak

Leave a Comment

error: Content is protected !!