ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡିର ବରିଷ୍ଠ ମହିଳା ନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଭବାନୀପାଟଣା ରାଜନୈତିକ ମହଲରେ ଶୋକର ଛାୟା

ବିଜେଡିର ବରିଷ୍ଠ ମହିଳା ନେତ୍ରୀ ସୁତପା ବହିଦାରଙ୍କ ପରଲୋକ

ଭବାନୀପାଟଣା ରାଜନୈତିକ ମହଲରେ ଶୋକର ଛାୟା

ଭବାନୀପାଟଣା, ୨୯/୧୧: କଳାହାଣ୍ଡି ଜିଲ୍ଲାର ବିଜୁ ଜନତା ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ଶ୍ରୀମତୀ ସୁତପା ବହିଦାରଙ୍କ ଆଜି ଭୋର ପ୍ରାୟ ୨ଟା ୩୦ ମିନିଟ୍‌ରେ ଭବାନୀପାଟଣାସ୍ଥିତ ସହିଦ ରେଣ୍ଡୋ ମାଝୀ ସରକାରୀ ଚିକିତ୍ସାଳୟରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଜିଲ୍ଲାର ରାଜନୈତିକ ଓ ସାମାଜିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସ୍ୱର୍ଗତା ବହିଦାର ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ରହି ନେତୃତ୍ୱର ପରିଚୟ ଦେଇଥିଲେ। ସେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ ସଭାନେତ୍ରୀ ଭାବେ ଚୟନ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗଦେଇ ଦୁଇ ଦୁଇ ଥର ଭବାନୀପାଟଣା ନଗର ସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ମୃତ୍ୟୁରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ଦିଶାରୀ, ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦୁ ସିଂଦେଓ ଓ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ରହି ଜିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଧର୍ମେନ୍ଦ୍ର ନାଏକ, ରାଜ୍ୟ ଯୁବ ଉପସଭାପତି ମନୀନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ସଂଯୁକ୍ତା ବେହେରା ଯାଦବ, ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁର, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପ୍ରଧାନ,ସାଧାରଣ ସଂପାଦକ ଦୀନେଶ ସାହୁ,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପୀତବାସ ବେହେରା,ସମିତା ନାୟକ,ପ୍ରତିଭା ଚୌହାନ,ସମିତା ମହାପାତ୍ର ଦିବଂଗତ ନେତ୍ରୀଙ୍କ ମର ଶରୀର ନିକଟରେ ଉପସ୍ଥିତ ରହି ଦଳୀୟ ପତାକା ସହିତ ପୁଷ ମାଲ୍ୟାପ୍ରଣ ଆତ୍ମାର ସଦ୍‌ଗତି କାମନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ 

ମମତା ଦାସ,ସବିତା ରାଉତ,କାଉନସିଲର ପ୍ରଶାନ୍ତ ଠାକୁର, କାଉନ୍ସିଲର୍ ଶିବା ସାହୁ, ପ୍ରମିତ୍ ସିଂ, ରଞ୍ଜୁକ୍ତା ପ୍ରଧାନ,ଅମିତ ଯାଦବ ଓ ହାରାମଣି ଗଣ୍ଡଙ୍କ ସମେତ ବହୁ ଦଳୀୟ ନେତା, ଶତାଧିକ କର୍ମୀ ଶୋକ ପ୍ରକାଶ କରିଛନ୍ତି l

ସ୍ୱର୍ଗତା ବହିଦାରଙ୍କ ବିୟୋଗ ଭବାନୀପାଟଣାର ମହିଳା ନେତୃତ୍ୱ ଓ ବିଜେଡି ସଂଗଠନ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ରାଜନୈତିକ ଅବଦାନ ଓ ସାଂଗଠନିକ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

masiha

ଓୟୁଜେ ତରଫରୁ ଡିଆଇଜି ଙ୍କୁ ଦାବିପତ୍ର ପ୍ରଦାନ , ସାମ୍ବାଦିକ ଙ୍କ ନାମରେ ହୋଇଥିବା ମିଥ୍ୟାମାମଲା ପ୍ରତ୍ୟାହାର ଦାବି

ବିଷାକ୍ତ ଗୋଖର ସାପ କାମୁଡାରେ ଦୋକାନୀ ଯୁବକ ଗୁରତର ; ଡାକ୍ତରଖାନାରେ ଆଶୁ ଚିକିତ୍ସା ଯୋଗୁଁ ସୁସ୍ଥ 

masiha

Leave a Comment

error: Content is protected !!