ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେଟ୍ରୋଲ-ଡିଜେଲ ପରେ ୪୦ଟଙ୍କା କମିଲା ଘଣା ସୋରିଷ ତେଲ ଦର

ପେଟ୍ରୋଲ-ଡିଜେଲ ଦର ପରେ କମିଲା ଘଣା ସୋରିଷ ତେଲ ଦର। ଦରଦାମ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଶନିବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ପେଟ୍ରୋଲ ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। ପେଟ୍ରୋଲ-ଡିଜେଲ ଉତ୍ପାଦନ ଶୁଳ୍କ ହ୍ରାସ ହେବା ପରେ ଏବେ ଘଣା ସୋରିଷ ତେଲ ଦର ତଳକୁ ଖସିଛି। ଇଣ୍ଡୋନେସିଆ ରପ୍ତାନି ଆରମ୍ଭ କରିବାରୁ ଘଣା ସୋରିଷ ତେଲ ଦର ପ୍ରାୟ ୪୦ ଟଙ୍କା କମ ହୋଇଛି।

ବୈଦେଶିକ ବଜାରରେ ଖାଇବା ତେଲର ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆରୁ ରପ୍ତାନି ଆରମ୍ଭ ହେବାରୁ ଭାରତୀୟ ବଜାରରେ ଏହାର ବଡ଼ ପ୍ରଭାବ ପଡ଼ିଛି। ଘଣା ସୋରିଷ ତେଲ ଦର କମ ହେବା ସହ ଲୋକେ ଟିକେ ଆଶ୍ବସ୍ତ ହୋଇଛନ୍ତି। ପୂର୍ବ ସପ୍ତାହ ତୁଳନାରେ ସୋରିଷ ମଞ୍ଜି ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା କମ ହୋଇଛି। ମୂଲ୍ୟ ହ୍ରାସ ସହ ଏବେ ସୋରିଷ ମଞ୍ଜି ମୂଲ୍ୟ କ୍ୱିଣ୍ଟାଲ ପିଛା ୭,୫୧୫-୭,୫୬୫ ଟଙ୍କାରେ ପହଞ୍ଚିଛି। ଏହା ସହ ସୋରିଷ ଦାଦ୍ରି ତେଲ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା କମ ହୋଇ ୧୫,୦୫୦ଟଙ୍କାକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ, ଘଣା ସୋରିଷ ତେଲ ଦର ୪୦ ଟଙ୍କା ହ୍ରାସ ପାଇ ଟିଣ ପିଛା ୨,୪୦୫-୨,୫୧୫ ଟଙ୍କା (୧୫କିଲୋଗ୍ରାମ) ରେ ପହଞ୍ଚିଛି।ଆଗକୁ ମଧ୍ୟ ଦର ଆହୁରି କମ ହେବ ବ‌ୋଲି କୁହାଯାଉଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ସ୍ୱାଗତମ୍ ମୌସୁମୀ 

Sunil Chandra Nayak

ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମବାୟ ଆନ୍ଦୋଳନ ର ପୁରୋଧା କୈଳାଶ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ପରଲୋକ

Sunil Chandra Nayak

Leave a Comment

error: Content is protected !!