ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ର ୩ ଛାତ୍ରୀ ଯୋଗ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ

କୋକସରା,୨୩/୫-(ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ କୋକସରା ର ୩ ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋମବାର ଜିଲ୍ଲାର ଭବାନୀପାଟଣା ବି.ଏମ ହାଇସ୍କୁଲ ଠାରେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ବ୍ଲକ ରୁ ଆସିଥିବା ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ବରିଷ୍ଠ ବର୍ଗରେ କୋକସରା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଲିଲି ମଙ୍ଗରାଜ, କନିଷ୍ଠ ବର୍ଗରେ ଆଦର୍ଶ ବିଦ୍ୟାଳୟ ର ୭ ମ ଶ୍ରେଣୀ ର ଛାତ୍ରୀ ପ୍ରୀତି ରାଉତ ଓ ଗୋପଶ୍ରୀ ନାଗ ରାଜ୍ୟ ସ୍ତରରେ ହେବାକୁ ଥିବା ଯୋଗ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ପାଇଁ କୋକସରା ବଙ୍ଗୋମୁଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଗର୍ବ ଅନୁଭବ କରୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ର ଖେଳ ଶିକ୍ଷକ ବସନ୍ତ କୁମାର ମହନ୍ତ ଓ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରଶିକ୍ଷଣ ଯୋଗୁଁ ସଫଳତା ହାସଲ କରିଥିବା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ଆଗକୁ ଯୋଗ ପ୍ରଶିକ୍ଷଣ କ୍ଷେତ୍ରରେ ଛାତ୍ରୀ ମାନେ ସ୍ୱାବଲମ୍ବୀ ହେବା ସହ ନିଜ ଶିକ୍ଷାନୁଷ୍ଠାନର ନାମ ରଖିବାକୁ ଶପଥ ନେଇଥିବା କହିଛନ୍ତି ।

Related posts

ରାଇଘର  ସମବାୟ ସମିତିର ସଭାପତି ହେଲେ ରାଇସିଂ ଗଣ୍ଡ 

Sunil Chandra Nayak

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

ମିନି ଟ୍ରକ ଭାରସାମ୍ୟ ହରାଇ ସ୍କୁଲ ପାଚେରୀ ରେ ପିଟି ହୋଇ ତିନି ଜଣ ଆହତ

Sunil Chandra Nayak

Leave a Comment

error: Content is protected !!