ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ବର୍ଷା ଜଳ ସଂରକ୍ଷିତ ପାଇଁ ଧର୍ମଗଡ଼ ଏନଏସି ପକ୍ଷରୁ ବୈଠକ

ମୁକ୍ତା ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ପୌରାଞ୍ଚଳ ରେ ବର୍ଷାଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି।ଏନେଇ ଆଜି ଧର୍ମଗଡ଼ NAC କାର୍ଯ୍ୟାଳୟ ଠାରେ ଧର୍ମଗଡ଼ ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସଚିନ ପାୱାର ପ୍ରକାଶ, ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଧର୍ମଗଡଏନଏସି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଓ ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ରାଣୀ ମୁଣ୍ଡ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ସଂପ୍ରତି ଭୂପୃଷ୍ଠରୁ ଜଳସ୍ତର କ୍ରମଶଃ କମି ଆସୁଛି।ବର୍ଷା ଜଳକୁ ଏବେଠାରୁ ସଂରକ୍ଷଣ ପାଇଁ ସମସ୍ତେ ଚିନ୍ତା କରିବାକୁ ହେବ। ଆଗାମୀ ପୀଢ଼ି ଯେପରି ଜଳକଷ୍ଟ ନ ଭୋଗିବେ ସେଥିପାଇଁ ବର୍ଷା ଜଳ ସଂରକ୍ଷଣ ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଧର୍ମଗଡ ଏନଏସି ର କନିଷ୍ଠ ଯନ୍ତ୍ରୀ ରାଧାମୋହନ ରାୟ ବର୍ଷା ଜଳ ସଂରକ୍ଷଣ ପାଇଁ କିପରି କରାଯାଇ ପାରିବ ଓ ଏଥିପାଇଁ କିପରି କମ ଖର୍ଚ୍ଚରେ ସଂପ ନିର୍ମାଣ ହେବ ତା ଉପରେ ସୂଚନା ପ୍ରଦାନ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଧର୍ମଗଡ଼ ଏନଏସିରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏବଂ ପ୍ରଥମ ପର୍ଯ୍ୟାୟରେ ବର୍ଷା ଜଳ ସଂରକ୍ଷଣ ପାଇଁ ଧର୍ମଗଡଏନଏସି ପକ୍ଷରୁ ପ୍ରାୟ ୨୦୦ ଗୋଟି ସଂପ ସରକାରୀ ଜମିରେ କରିବା ପାଇଁ ସ୍ଥିରୀକୃତ ହୋଇଛି ବୋଲି ଉପଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ।

ବେସରକାରୀ ସ୍ତରରେ ଘରର ଛାତ ଉପରୁ ପଡୁଥିବା ବର୍ଷା ଜଳକୁ ସଂରକ୍ଷଣ କରିବା ପାଇଁ ଧର୍ମଗଡ଼ ବାସିନ୍ଦା କୁ ଅନୁରୋଧ କରିଥିଲେ। ଧର୍ମଗଡ ଏନଏସି ର ବାସିନ୍ଦା ମାନେ ଏହି ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ପାଇଁ ନିଜ ନିଜ ଗୃହରେ ସପ ନିର୍ମାଣ ପାଇଁ ଆଗଭର ହେବା ପାଇଁ କହିଥିଲେ ଓ ଏଥିପାଇଁ ଏନଏସି ପ୍ରତି ୱାର୍ଡ ସ୍ତରରେ କମିଟି ଗଠନ କରାଯାଇ ଜନସଚେତନତା ସୃଷ୍ଟି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।ଏହି ବୈଠକରେ ଧର୍ମଗଡ଼ ର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ବଜ୍ରପାତ ଏବଂ ସର୍ପ ଦଂଶନରେ ନିହତ ପରିବାର’ଙ୍କୁ ସାକ୍ଷାତ

Sunil Chandra Nayak

ଆଦିସ୍କନ୍ଦ ସମାଜର ବ୍ଲକ ସ୍ତରୀୟ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ପ୍ରେମଲତା ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

Leave a Comment

error: Content is protected !!