ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଓ ଲଡୁଗାଁ ରେ ଶିକ୍ଷକ ଙ୍କ ତାଲିମ ଶିବିର

କୋକସରା,୨୪/୫- (ମ ନି ସ)କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଶିଖିବା କୁ ପଢିବା, ପଢିବା କୁ ଶିଖିବା ତାଲିମ ଶିବିର କାର୍ଯ୍ୟକ୍ରମ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଓ ଲଡୁଗାଁ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଲଡୁଗାଁ ଠାରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ରେ ବ୍ଲକ ଏବିଇଓ ତଥା ବିଆରସିସି ତୋଫାନ ମାଝୀ , ଲଡୁଗାଁ ସି.ଆର.ସି.ସି ଗୋବର୍ଦ୍ଧନ ବେମାଲ ସହ ଶିକ୍ଷକ ବୁଦ୍ଧିରାମ ନାଏକ ସମେତ ୫ ଗୋଟି କ୍ଳଷ୍ଟର ଲଡୁଗାଁ, ଆମପାଣି, କାଉଡୋଳା, କାଶିବାହଲ ଡାଲଗୁମା ର ୭୧ ଜଣ ଶିକ୍ଷକ ଉପସ୍ଥିତ ରହିଥିଲେ। ସେହିପରି କୋକସରା ହାଇସ୍କୁଲ ରେ ଅନୁଷ୍ଠିତ ତାଲିମ ଶିବିର ରେ କାର୍ଯ୍ୟକ୍ରମ କୁ କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଳ ପରିଚାଳନା କରିଥିବା ବେଳେ ବିଇଓ ରମାକାନ୍ତ ଦାସ ଙ୍କ ସମେତ ଶିକ୍ଷକ ସଞ୍ଜୟ ପୁଝାରି, ସୁବାଷ ଚନ୍ଦ୍ର ବାଗ, ପ୍ରଶାନ୍ତ କୁମାର ଶବର, ଜିତେନ୍ଦ୍ର ମୋହନ ସାହୁ ଉପସ୍ଥିତିରେ ବ୍ଲକ ବିଭିନ୍ନ କ୍ଳଷ୍ଟର ରୁ ୭୧ ଜଣ ଶିକ୍ଷକ ଉପସ୍ଥିତ ରହିଥିଲେ। ଏହି ତାଲିମ ଶିବର ରେ କେମିତି ଆଗକୁ ସ୍କୁଲ ରେ ଉପସ୍ଥାନ ବୃଦ୍ଧି ସହ ପ୍ରାଥମିକ ଶିକ୍ଷା ର ବିକାଶ ହେବ ସେନେଇ ତାଲିମ ପ୍ରଦାନ କରାଯାଇଛି।

Related posts

ଜିଲ୍ଲା ସ୍ତରୀୟ ଇନ୍ଦିରା ଗାନ୍ଧୀ ଙ୍କ ୩୮ ତମ ଶ୍ରାଦ୍ଧ ଦିବସ

Sunil Chandra Nayak

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ନିରବ ସ୍ୱାକ୍ଷର 

Sunil Chandra Nayak

Leave a Comment

error: Content is protected !!