ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

କେନ୍ଦ୍ର ସରକାର ଙ୍କ ନିଷ୍ପତ୍ତି…

ଆସନ୍ତା ଜୁନ୍ ମାସରୁ ରାସନ କାର୍ଡ଼ରେ ମିଳୁଥିବା ଗହମ ଆଉ ମିଳିବନି । ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏଁ ଗହମ ମିଳିବନି । ସୂଚନା ଅନୁଯାୟୀ, ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ।ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଓ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ।ଏନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଓଡ଼ିଶାକୁ ୪ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ । ତେବେ ଗହମ ଯୋଗାଣ ବନ୍ଦ ହେବା ପରେ ଖୋଲା ବଜାରୁ ସମାନ ପରିମାଣର ଅଟା ଉଠିପାରେ । ଅଟାର ଚାହିଦା ବଢ଼ିପାରେ।

ଓଡ଼ିଶାରେ ଅଧିକ ଲୋକେ ଭାତଖାଇବାକୁ ପସନ୍ଦ କରନ୍ତି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ଗହମ ତଥା ଅଟାର ଚାହିଦା ବଢ଼ିଛି । ଲୋକେ ଯେତିକି ଅଟା ଖାଉଥିଲେ ସେଥିରୁ କିଛି ଅଟା ସରକାରଙ୍କ ପୂରଣ ହେଉଥିଲା। ଯାହା ବର୍ତ୍ତମାନ ଖୋଲା ବଜାରରୁ ଉଠିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ପ୍ରକାଶଯୋଗ୍ୟ ଯେ,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଜଣେ ଖାଉଟି ଚାଉଳ କିମ୍ବା ଗହମ ନେବେ ସେ ସ୍ଥିର କରିଥାନ୍ତି। ଖାଉଟିଙ୍କୁ ମୁଣ୍ଡପିଛା ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଅଥବା ଉଭୟ ଚାଉଳ ଓ ଗହମ ମିଶାଇ ନେଇଥାନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ଗହମ ଯୋଗାଇଥାନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଢେ଼ଙ୍କାନାଳ ଥିଙ୍କର୍ସ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଖଣି ବନ୍ଦ ଯୋଗୁଁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ବିରୋଧ

Sunil Chandra Nayak

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ସ୍ଥାନ ପାଇଲେ ସୁନ୍ଦରଗଡ଼, ଯାଜପୁର ଓ ଜଗତସିଂହପୁର ଜିଲ୍ଲା

Leave a Comment

error: Content is protected !!