ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

କେନ୍ଦ୍ର ସରକାର ଙ୍କ ନିଷ୍ପତ୍ତି…

ଆସନ୍ତା ଜୁନ୍ ମାସରୁ ରାସନ କାର୍ଡ଼ରେ ମିଳୁଥିବା ଗହମ ଆଉ ମିଳିବନି । ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏଁ ଗହମ ମିଳିବନି । ସୂଚନା ଅନୁଯାୟୀ, ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ।ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଓ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ।ଏନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଓଡ଼ିଶାକୁ ୪ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ । ତେବେ ଗହମ ଯୋଗାଣ ବନ୍ଦ ହେବା ପରେ ଖୋଲା ବଜାରୁ ସମାନ ପରିମାଣର ଅଟା ଉଠିପାରେ । ଅଟାର ଚାହିଦା ବଢ଼ିପାରେ।

ଓଡ଼ିଶାରେ ଅଧିକ ଲୋକେ ଭାତଖାଇବାକୁ ପସନ୍ଦ କରନ୍ତି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ଗହମ ତଥା ଅଟାର ଚାହିଦା ବଢ଼ିଛି । ଲୋକେ ଯେତିକି ଅଟା ଖାଉଥିଲେ ସେଥିରୁ କିଛି ଅଟା ସରକାରଙ୍କ ପୂରଣ ହେଉଥିଲା। ଯାହା ବର୍ତ୍ତମାନ ଖୋଲା ବଜାରରୁ ଉଠିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ପ୍ରକାଶଯୋଗ୍ୟ ଯେ,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଜଣେ ଖାଉଟି ଚାଉଳ କିମ୍ବା ଗହମ ନେବେ ସେ ସ୍ଥିର କରିଥାନ୍ତି। ଖାଉଟିଙ୍କୁ ମୁଣ୍ଡପିଛା ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଅଥବା ଉଭୟ ଚାଉଳ ଓ ଗହମ ମିଶାଇ ନେଇଥାନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ଗହମ ଯୋଗାଇଥାନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୌର ନିର୍ବାଚନ ପ୍ରଚାରକୁ ଜୋରଦାର କଲେ ବିଜେପି -ବିଜେଡି ଦଳ

Sunil Chandra Nayak

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଓ ପୋଲିସ ପାଳିଲେ ଗାନ୍ଧୀ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!