ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ମା’ ଧଉଳିଛତ୍ର ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବାଲେଶ୍ବର,୨୬/୫/୨୨- ପରମ୍ପରା ଅନୁଯାଇ ଏବେ ବି ଲୋକମାନେ ନିଜର ମନସ୍କାମନା ପୂରଣ ପାଇଁ ବିଭନ୍ନ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଅଂଚଳ କୁଳିଗଡି ଗ୍ରାମରେ । ଗ୍ରାମର ପୂର୍ଣଚନ୍ଦ୍ର ବାରିକ କୌଣସି କାମନା ନେଇ ମା’ ଙ୍କ ନିକଟରେ ମାନସିକ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମନସ୍କାମନା ପୂରଣ ହୋଇଥିଲା । ମାନସିକ ପୂରଣ ହେଲେ ମା’ ଙ୍କ ନିମନ୍ତେ ମନ୍ଦିର ତୋଳିଦେବା ପାଇଁ ମନରେ ଚିନ୍ତା କରିଥିଲେ । ମାନସିକ ପୂରଣ ହୋଇଥିବାରୁ ମା’ ଧଉଳିଛତ୍ର ଠାକୁରାଣୀ ଙ୍କର ଏକ ନୂତନ ମନ୍ଦିର ନିର୍ମାଣ କରିଥିଲେ । ଅଦ୍ଯ ତା ୨୬/୫/୨୨ ରିଖରେ ହୋମ ଯଜ୍ଞ ଓ ପୂଜା ଅର୍ଚ୍ଚନା ସହିତ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଶେଷରେ ଗ୍ରାମର ଲୋକମାଙ୍କୁ ମିଷ୍ଠାନ ଭୋଜନ କରିଥିଲେ । ସମସ୍ତ ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ସହଯୋଗ କରିଥିଲେ । ଅଞ୍ଚଳବାସୀ ଆନନ୍ଦରେ ପ୍ରସାଦ ସେବନ କରି ସନ୍ତୁଷ୍ଟ ହୋଇଥିଲେ । ଏହିପରି ପୂଜା ଅର୍ଚ୍ଚନା ଲୋକ ମାନଙ୍କ ମନ ଭିତରେ ଭକ୍ତି ଭାବ ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସଂଗୀତ ଶିଳ୍ପୀ ସମାଜ ତରଫରୁ ବିଶ୍ବ ସଂଗୀତ ଦିବସ ୨୦୨୨ ପାଳିତ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ 

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

Leave a Comment

error: Content is protected !!