ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏବେ ଗାଡି ଇନସ୍ୟୁରାନ୍ସ ମହଙ୍ଗା..

.କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରଣାଳୟ ନୋଟିଫିକେସନ ଜାରି…

ଜୁନ୍ ପହିଲାରୁ ମହଙ୍ଗା ହେବ ଗାଡି ଇନସ୍ୟୁରାନ୍ସ…

ଗାଡି ମାଲିକ ଓ ଚାଳକଙ୍କ ପାଇଁ ଖବର, ଜୁନ୍ ପହିଲାରୁ ଆପଣଙ୍କ ଇନସ୍ୟୁରାନ୍ସ ଖର୍ଚ୍ଚ ବଢିଯିବ।ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇଦିଆଯାଇଛି । ଏବେ ଗାଡିର ଇଞ୍ଜିନ ଅନୁସାରେ ଚାଳକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ସର୍କୁଲାର ଜାରି କରିଛନ୍ତି ।

ସଡକ ପରିବହନ ମନ୍ତ୍ରଣାଳୟ ନୋଟିଫିକେସନ୍ ଜାରି କରିଛନ୍ତି ଯେ, ଯାନବାହାନ ଇନ୍ୟୁରାନ୍ସର ପ୍ରିମିୟମରେ ଗତ ୨୦୧୯-୨୦ ପାଇଁ ପରିବର୍ତ୍ତନ କରାଯାଇଥିଲା । କୋଭିଡ -୧୯ ମହାମାରୀ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେ ଅଲଗା ଅଲଗା ଇଞ୍ଚିନ୍ କାପାସିଟି ପାଇଁ ଥାର୍ଡ ପାର୍ଟି ବିମା ଦରକୁ ବଢାଯିବ । ଏହି ପରିବର୍ତ୍ତିତ ନୂଆ ପ୍ରିମିୟମ ଦର ଜୁନ ୧ ତାରିଖରୁ ଲାଗୁ ହେବ ।

ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଖର୍ଚ୍ଚ?

ମନ୍ତ୍ରଣାଳୟ ନିୟମ ଅନୁସାରେ ୧୦୦୦ ସିସି ଇଞ୍ଚିନ୍ ଥିବା ଗାଡି ପାଇଁ ଥାର୍ଡ ପାର୍ଟି ବିମା ପ୍ରିମିୟମ୍ ୨,୦୯୪ ଟଙ୍କା ଧାର୍ଯ୍ୟ କରାଯାଇଛି ।

ସେହିପରି ୧୫୦୦ ସିସି ଇଞ୍ଚିନ୍ ଗାଡି ପାଇଁ ଇନସ୍ୟୁରାନ୍ସ ଦର ୩,୨୨୧ରୁ ବଢି ୩,୪୧୬ ଟଙ୍କା ବଢିବ ।

୧୫୦୦ ସିସି ରୁ ଉପରକୁ ଥିବା ଇଞ୍ଚିନ କ୍ଷମତା ସମ୍ପନ୍ନ ଗାଡିର ପ୍ରିମିୟମ ସାମାନ୍ୟ ବଢିଥିବା କୁହାଯାଇଛି ।

ବାଇକ୍ ପାଇଁ ବର୍ଦ୍ଧିତ ଦର:

ସେହିପରି ଦୁଇଚକିଆ ଗାଡି ଗୁଡିକର ଇନସ୍ୟୁରାନ୍ସ ଦରରେ ମଧ୍ୟ ବୃଦ୍ଧି କରାଯାଇଛି । ଜୁନ୍ ପହିଲାରୁ ୧୫୦ ସିସି ରୁ ୩୫୦ ସିସି ବାଇକ୍ ଗୁଡିକର ପ୍ରିମିୟମ୍ ୧୩୬୬ ଟଙ୍କା ହେବ । ସେହିପରି ୩୫୦ ସିସିରୁ ଅଧିକ କ୍ଷମତା ସମ୍ପନ୍ନ ବାଇକ୍ ଉପରେ ୨୮୦୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୀଡୀନି ରୋଗ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

Sunil Chandra Nayak

ଭବାନୀପାଟଣା ଠାରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

Sunil Chandra Nayak

Leave a Comment

error: Content is protected !!