ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗୋଲାମୁଣ୍ଡା, /ମସିହା/ତା ୨୭.୫.୨୨ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ ପ୍ରାୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ସଭାପତିତ୍ବ କରିଥିଲେ। ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଛାତ୍ର ଜୀବନର ଅନୁଭୁତି ବର୍ଣ୍ଣନା କରିବା ସହ ଶୃଙ୍ଖଳିତ ଜୀବନର ବାର୍ତ୍ତା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଯୋଗଦେଇ ଟ୍ରାଫିକ ନିୟମ ମାନିବା ସହ ଦୁର୍ଘଟଣା ରୋକିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭାରତ ସ୍କାଉଟ୍ ଓ ଗାଇଡ ରୋଭର୍ ଲିଡର ସନ୍ତୋଷ କୁମାର ବାରିକ ସ୍ଵାଗତ ଅଭିଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥଲେ। ଯୁବ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ ସୌଜନ୍ୟରେ ଦୁର୍ଘଟଣା ରୋକିବା ପାଇଁ ପ୍ରସ୍ତୁତ ଟ୍ରାଫିକ ପୋଷ୍ଟ ମହାବିଦ୍ୟାଳୟ ସାମ୍ନା ମୁଖ୍ୟ ରାସ୍ତାରେ ଲୋକାର୍ପଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସ୍କାଉଟ୍ ଓ ଗାଇଡ ଓ ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ସାମିଲ୍ ହୋଇଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା

Related posts

ରିଜର୍ଭ ପୋଲିସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା “ଷଣ୍ଢ ଲଢ଼lଇ”

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!