ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଦାନ୍ତ ଲିମିଟେଡ ଦ୍ୱାରା କ୍ରୀଡ଼ା ପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରକୁ ସମ୍ବର୍ଦ୍ଧନା 

ଲାଞ୍ଜିଗଡ,୨୭/୦୫(ମନିସ)  କେବଳ ଲାଞ୍ଜିଗଡ଼ ନୁହେଁ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାର ଗର୍ବ ଓ ଗୌରବ କ୍ରୀଡ଼ାପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରବର୍ଗଙ୍କୁ ଆଜି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ବେଦାନ୍ତ ଲିମିଟେଡ ବାହ୍ୟ ସଂପର୍କ ବିଭାଗ ମୁଖ୍ୟ ନବଲ କିଶୋର ଶର୍ମାଙ୍କ ନେତୃତ୍ୱରେ ଶ୍ରୀମୁଖ ଅଗସ୍ତି, ଭଗବାନ ହୋତା ପ୍ରମୁଖ ଲାଲୁଙ୍କ ଆଶ୍ରମପଡାସ୍ଥିତ ଘରେ ପହଞ୍ଚି ତାଙ୍କ ବାପା କାର୍ତ୍ତିକ ଭୋଇ, ମାଆ ଗୋଲାପୀ ଭୋଇ, ବଡଭାଇ ବିଜୟ ଭୋଇ, ବଡଭଉଣୀ ମାଧୁରୀ ଭୋଇ, ସାନଭଉଣୀ କବିତା ଭୋଇଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲାଲୁଙ୍କ ସଫଳତାକୁ ନେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାସହିତ ଆଗାମୀ ଦିନରେ ଲାଲୁଙ୍କୁ ବେଦାନ୍ତ ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଶର୍ମା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଅତି ଗରିବ ପରିବାରର ଲାଲୁ ନିଜର ବିଚକ୍ଷଣ କ୍ରୀଡା ପ୍ରତିଭା ଯୋଗୁଁ ଆସନ୍ତା ଅଗଷ୍ଟ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର କଲମ୍ବିଆଠାରେ ହେବାକୁ ଥିବା ୨୦ ବର୍ଷ ବୟସରୁ କମ୍ ବର୍ଗର ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ହାସଲ କରିଛନ୍ତି । ପରିବାରରେ ବାପା କାର୍ତ୍ତିକ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ମାଆ ସ୍ଥାନୀୟ ଏସ୍‌ଏସ୍‌ଡି ସ୍କୁଲରେ ଜଣେ ରୋଷେୟା ଭାବେ କାର୍ଯ୍ୟ କରନ୍ତି । ତେବେ ଅଞ୍ଚଳରେ ବିନା କୌଣସି ପ୍ରେରଣା ଓ ଭିତ୍ତିଭୂମିରେ ଲାଲୁ ନିଜସ୍ୱ ପ୍ରଚେଷ୍ଟା ବଳରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଭୁବନେଶ୍ୱରସ୍ଥିତ କିସ୍ ଅନୁଷ୍ଠାନରେ ପାଠ ପଢିବା ସହିତ କିସ୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ସହାୟତାରେ ଅଭ୍ୟାସ କରିବା ସହିତ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ହାସଲ କରିଛନ୍ତି ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜବାହର ଉଚ୍ଚ ବିଦ୍ୟାପୀଠରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ@୨୦୪୭ ପାଳିତ

Sunil Chandra Nayak

Leave a Comment

error: Content is protected !!