ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେୟରଙ୍କୁ ଦାବିପତ୍ର ଦେଲା ମିଳିତ କଳାକାର ମଞ୍ଚ

 ବାଲେଶ୍ବର,୨୭/୫/୨୨- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମର ମେୟର ଅଟନ୍ତି ସଙ୍ଘମିତ୍ରା ଦଳେଇ । ଏହି ମହାନଗର ନିଗମ ଅଧିନରେ ରହିଛି ଅନେକ ସାଂସ୍କୃତିକ ଅନୁଷ୍ଠାନ । ସମସ୍ତ ସାଂସ୍କୃତିକ ପ୍ରତିଷ୍ଠାନକୁ ନେଇ ଗଠିତ ” ମିଳିତ କଳାକାର ମଞ୍ଚ ” ନିଜର ଦୁଃଖ ଜଣାଇଛି ମେୟର ଶ୍ରୀମତୀ ଦଳେଇଙ୍କୁ । ନାଟକ ଅଭ୍ଯାସ ଓ ପରିବେଷଣ ନିମନ୍ତେ ସ୍ଥାନାଭାବ ଦେଖା ଦେଉଥିବାରୁ ସ୍ବଳ୍ପ ଦେୟରେ ଟାଉନ୍ ହଲ ଯୋଗାଇ ଦେବା ଦାବିପତ୍ରରେ ଉଲ୍ଲେଖ ରହିଛି । ମଞ୍ଚର କଳାକାର ମାନେ ଏକତ୍ରିତ ହୋଇ ମେୟର ଶ୍ରୀମତୀ ଦଳେଇଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ମେୟର ଶ୍ରୀମତୀ ଦଳେଇ ଏଥିପ୍ରତି ସେ ନିଶ୍ଚିତ ବିହିତ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ମଞ୍ଚ ତରଫରୁ ସଂଯୋଜକ ରମେଶ ମହାରଣାଙ୍କ ତତ୍ତ୍ଵାବଧାନରେ ସର୍ବଶ୍ରୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ମଦନ ମିଶ୍ର, ଏନ୍. ରମବାବୁ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଅନିଲ କୁମାର ପାତ୍ର, ଲିଙ୍ଗରାଜ ନାହାକ, ମନୋଜ ଦଣ୍ଡପାଟ, ରାମ ଚନ୍ଦ୍ର ସାସମଲ, ରାଜ୍ ଗୋପାଳ ପାଢ଼ୀ, କୃଷ୍ଣ ଚନ୍ଦ୍ର ପଣ୍ଡା, କୈଳାସ ପାଣିଗ୍ରାହୀ, ନଳିନୀକାନ୍ତ ଗୌଡ, ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ବିଭିନ୍ନ ନାଟ୍ୟାନୁଷ୍ଠାନର ପ୍ରତିନିଧି ସ୍ତରୀୟ ସଂଗଠକ ମାନେ ଯୋଗଦେଇ ମେୟରଙ୍କ ସହ ଆଲୋଚନା କରିଥିଲେ । ବାଲେଶ୍ବର ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଭଗବାନ ଦାସ ମଧ୍ୟ ଏଥିରେ ସାମିଲ ଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ଶ୍ରମ କାର୍ଯ୍ୟଲୟ ଘେରାଉ

Sunil Chandra Nayak

ଗୌତମ କଚିମ ଙ୍କ କବିତା ଜୀବନଖରାଛାଇଖେଳ

Sunil Chandra Nayak

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପକ୍ଷରୁ ବୈଠକ

Sunil Chandra Nayak

Leave a Comment

error: Content is protected !!