ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦୁଝର – ଘଷିପୁରା ବ୍ଲକ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଭାବନୀୟ ପରିସ୍ଥିତି

 ଆନନ୍ଦପୁର -: କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଦ୍ୱାରା ସ୍ୱାସ୍ଥ୍ୟ ସେବା ରେ ସୁଧାର ପାଇଁ ଦୁଇଟି କେବିନ୍ ଗୃହ ଓ ଏକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଦିନ ଧାର୍ଯ୍ୟ ହୋଈ ଭୂମୀ ପୁଜନ ହେବାର ଥିଲା। ଟ୍ରକ୍ ସଂଘ ର ସମସ୍ତ ପଦାଧିକାରୀ କର୍ମକର୍ତ୍ତା ଙ୍କ ନାମ ମଧ୍ଯ ଫଳକ ରେ ଲେଖା ସରିଥିବା ବେଳେ ରାତି ଅଧିଆ ସେଥିରେ ବ୍ୟତିକ୍ରମ କରାଯାଇ ଜିଲ୍ଲା ର ବୃହତ ଗାଡ଼ିମାଲିକ ଙ୍କ ସ୍ୱାର୍ଥ ପାଇଁ ଦଳମତ ନିର୍ବିଶେଷରେ ରାଜନୀତି ରୁ ଉର୍ଦ୍ଧ ରେ ରହିଥିବା ସଂଘ ର ଆଇନ୍ ରେ ରାତି ଅଧିଆ ପରିଵର୍ତନ କରାଯାଇ ପୁରୁଣା ଫଳକ ଭାଙ୍ଗି ନୂତନ ଫଳକ ରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଙ୍କ ନାମ ଯୋଡା ଯିବା ଓ ସେ ନିଜେ ଉପସ୍ଥିତି ରହି ଏହାକୁ ଉଦ୍ଘାଟନ କରିବା କୁ ନେଇ ପୁରୁଣା ଗାଡ଼ି ମାଲିକ ଓ କର୍ମକର୍ତ୍ତା ଙ୍କ ମନ ରେ ଜିଲ୍ଲା ବ୍ୟାପି ଅସନ୍ତୋଷ ଦେଖା ଦେଇଛି। ପାଇପ୍ ଲାଇନ୍ ରେ ଜିଲ୍ଲା ର ଗାଡ଼ି ମାଲିକ ମାନେ ଏକାଠି ହୋଇ ଜିଲ୍ଲା ମୁଖ୍ୟାଳୟ ରେ ହରତାଳ କରିଥିବା ବେଳେ ସେଠାରେ ବିଧାୟକ ଦେଖା ଦେଇ ନ ଥିଲେ। ହେଲେ କେଉଁ ଉଦ୍ଦେଶ୍ୟ ନେଇ କେଉଁ ସ୍ବାର୍ଥ ନେଇ ସଙ୍ଘ କୁ ବିଧାୟକ ଧସେଇ ପଶିଲେ ବୋଲି ଜିଲ୍ଲା ସାରା ଆଲୋଚନା। ଭୂମିପୂଜନ ବେଳେ ସାଇଁକୁଳ ଠାରେ 500 ଗାଡ଼ି ମାଲିକ ଯୋଗଦେଇ ନିଜ ଅଭିଯୋଗ କର୍ମକର୍ତ୍ତା ଙ୍କୁ ଜଣାଇବାକୁ ପୂର୍ବ ପ୍ରସ୍ତୁତି ହେଉଥିଲା ବେଳେ ଫଳକ ରେ ରାଜନୀତିକରଣ ହେବା ଓ ବିଧାୟକ ଙ୍କ ଉପସ୍ଥିତି ରହିବା ଯୋଗୁଁ ବହୁ ପୁରୁଣା ଗାଡ଼ି ମାଲିକ ଯାଇ ନ ଥିବା ସୂଚନା। ସଂଘ୍ ର ଉପସଭାପତି ବେଲବାହାଳି ଅଂଚଳ ର ପ୍ରତିଷ୍ଠିତ ବହୁ ପୁରୁଣା ଗାଡ଼ି ମାଲିକ ଟିକି ପୁଅ , ଖୋଦ୍ ରାମଚନ୍ଦ୍ରପୁର ଜୋନ୍ର ମେମ୍ବର ରଂଜନ ବିଶ୍ବାଳ ଓ କୋଷାଧ୍ୟକ୍ଷ ଋଦ୍ର ନାରାୟଣ ମିଶ୍ର ଙ୍କ ନା ନଥିବାରୁ ବେଲବାହାଳି ଓ ଘଷିପୁରା ସମଗ୍ର ଜିଲ୍ଲା ର  ଗାଡ଼ି ମାଲିକ ମାନଙ୍କ ମନ ରେ ଅସନ୍ତୋଷ ଦେଖା ଦେଇଛି। ରାଜନୀତିକରଣ ଦ୍ଵାରା ବ୍ୟକ୍ତିଗତ ସ୍ୱାର୍ଥ ହାସଲ ହେଉଥିଲା ବେଳେ ଗାଡ଼ି ମାଲିକ ଆହୁରି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ମାଲିକ ନ ଥିବା କିଛି ବରିଷ୍ଠ ବ୍ୟକ୍ତି ଆଜି ର ମଞ୍ଚ ସଞ୍ଚାଳନ କରିବା ଗାଡ଼ି ମାଲିକ ଙ୍କ ପ୍ରତି ଅସମ୍ମାନ ନୁହେଁ କି ? ନିର୍ବାଚିତ ପ୍ରତିନିଧି ଙ୍କ ନାମ କାଟିବା ହେତୁ ଭବିଷ୍ୟତ ରେ ଯେ କୌଣସି କର୍ମକର୍ତ୍ତା ଙ୍କ ଉପରେ ମନ ମୁଖୀ ଭାବେ କିଛି ବି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଛି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

ମହାନବମୀ ରେ କୁମାରୀ ପୂଜା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା

Sunil Chandra Nayak

Leave a Comment

error: Content is protected !!