ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ର ସାହାରା ହେଲେ ‘ଯୁବଶକ୍ତି ‘ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

 କାମାକ୍ଷାନଗର:୦୯/୧୨ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଜୟପରାକାଟେଣୀ ଗ୍ରାମ ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ କାଦବସନ୍ତର ଅସହାୟ ରୋଗଗ୍ରସ୍ତ କୈଳାଶ ମୁର୍ମୁ ଙ୍କୁ “ଯୁବଶକ୍ତି”ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରି କହି ଥିଲେ ” ଅସହାୟ କୈଳାଶ ମୁର୍ମୁ ରୋଗଗ୍ରସ୍ତ ଅବସ୍ଥାରେ ଜାରୀପାଲ ତଳେ ଯାଯାବର ଭଳି ଜୀବନ ଯାପନ କରୁ ଅଛନ୍ତି, ନା ରହିଛି ତାଙ୍କର ଘର, ନା ଅଛି ରାସନ, ଭତ୍ତା ମଧ୍ୟ ଏ ପର୍ଯ୍ୟନ୍ତ ପାଇ ପାରିନାହାନ୍ତି ଯାହା ବଡ଼ ଦୁଃଖଦ ଓ ଦୁର୍ଭାଗ୍ୟ ଜନକ ଘଟଣା l” ପରଜଙ୍ଗ ବ୍ଲକ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିକଟରେ ତୁରନ୍ତ ଅସହାୟ କୈଳାଶ ମୁର୍ମୁ ଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ, ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର,ରାସନ ରାଉଳ, ବାର୍ଦ୍ଧକ୍ୟ ଭତ୍ତା ରେ ସାମିଲ କରିବା ପାଇଁ ମତ ରଖିଥିଲେ l

କାମାକ୍ଷାନଗର ଉପଖଣ୍ଡରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

Sunil Chandra Nayak

ବିଶ୍ବଶ୍ରମିକ ଦିବସ ଉପଲକ୍ଷେ ବେଣୁଧର ସୂତାର ଙ୍କ କବିତା ଜୟ ହେ ଶ୍ରମିକ ଜୟ

ଉମାକାନ୍ତ ଦାସ ଙ୍କ କବିତା “ମା” ଗଡ଼ଚଣ୍ଡୀ ସ୍ତୁତି

Sunil Chandra Nayak

Leave a Comment

error: Content is protected !!