ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଲମ

   କଲମ

 

ମନ କଲମକୁ ଲୁହରେ ଭିଜାଇ

ଚିଠି ମୁଁ ଲେଖୁଛି କେତେ

ଆହେ ଚକାଆଖି ତୁମ ଦୟା ହେଲେ

ଖୋଲିକି ପଢ଼ିବ ସତେ

ମନ କଲମକୁ……………୧ 

 

ଦୟାର ସାଗର କାହିଁକି ନିଷ୍ଠୁର 

କି ଦୋଷ କରିଛି କୁହ

ମନ ପ୍ରାଣ ଦେଇ ଭକ୍ତି କରିଥିଲି

କେଉଁ ଉପହାର ଦିଅ

ଦୀନ ଦୁଃଖୀ ମୁହିଁ କି ଦୁଃଖ କହିବି

ବୁଝିବକି ତୁମେ ସତେ

ମନ କଲମକୁ……………୨ 

 

ଭାବିଛକି ମନେ ଦୁଃଖ ଦେଇ ମୋତେ

ସୁଖ ତୁମେ ପାଉ ଅଛ

ଯେତେ ଦୁଃଖ ଅଛି ସଂସାର ଭିତରେ

ସବୁ ଭାଗ୍ୟରେ ଲେଖିଛ

ପ୍ରାଣ ଚାଲିଯାଉ କିଛି ଲୋଡା ନାହିଁ

କ୍ଷମା କର ଥରେ ମୋତେ

ମନ କଲମକୁ ଲୁହରେ ଭିଯାଇ

ଚିଠି ମୁଁ ଲେଖୁଛି କେତେ…………୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!