ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୃତ୍ୟୁ 

 ମୃତ୍ୟୁ

 

                   କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ମୃତ୍ୟୁ !

ମହାକାଳ !!

ଉଦ୍ଦୀପ୍ତ- ଚେତନାର

ଝଲମଲ-

         ଅମ୍ଳାନ ଇଶ୍ବର ।।

 

ମୁଁ ଅପେକ୍ଷା କରିଛି

            ପ୍ରତିଟି ମୁହୂର୍ତ୍ତ

କର୍ଣ୍ଣ ଡେରିଛି

ଶୁଣିବାକୁ ତୁମ

            ବାଙ୍ମୟ-ସଂଗୀତ ।।

 

ତୁମେ

ଯେତେବେଳେ

              ଆସନା କାହିଁକି

ଯେଉଁ ମୁହୂର୍ତ୍ତରେ

              ଆସନା କାହିଁକି

ମୁଁ———-

               ସଜାଗ ଅଛି

ତୁମରି ବନ୍ଦନା ପାଇଁ

                ଜାଗ୍ରତ ଅଛି ।

କାରଣ-

ତୁମ ସ୍ପର୍ଶରେ

ମୁଁ————

                ପାଇବି ମୁକ୍ତି

ତୁମ ସ୍ପର୍ଶରେ

ମୁଁ—————

ହୋଇଯିବି

          ପବିତ୍ର ଶ୍ଳୋକର-ସୂକ୍ତି

ତୁମ ସ୍ପର୍ଶରେ

ସ୍ବାକ୍ଷରିତ ହେବ ମୋର

           ଆଉ ଏକ ଜନ୍ମର ଚ଼ୁକ୍ତି

ତେଣୁ——

ତୁମପ୍ରତି ମୋର

            ଏ ଗଭୀର ଅନୁରକ୍ତି ।।

 

ମୃତ୍ୟୁ !

ତୁମେ ସ୍ଥିତି ର ଅସ୍ଥିତି

ସ୍ମୃତିର-ବିସ୍ମୃତି

ଭୂତି ର ବିଭୂତି

ଆହୂତି ର ହୂଚି

ଅତୃପ୍ତି ର ତୃପ୍ତି

ଅଶାନ୍ତି ର ଶାନ୍ତି

କଳ କଳ ଛଳଛଳ

କରୁଣାର

          ପ୍ରେମମୟ ମୂର୍ତ୍ତି ।।

 

ମୃତ୍ୟୁ !

ତୁମେ ଅଜ୍ୟୋତିର-

                    ଜ୍ୟୋତି

ଅରାତିର-ରାତି

ଗତିର-ସଂଗତି

ପ୍ରୀତିର-ସଂପ୍ରୀତି

ତେଣୁ—-

ମୋ…

ଜୀବନ-ଅଗଣାରେ

ତୁମେ ହିଁ ତ ଶରତର-

             ଶୁଭ୍ର-ଜ୍ୟୋତ୍ସ୍ନାରାତି ।।

              

କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର।ଭଦ୍ରକ।

 

Related posts

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

Sunil Chandra Nayak

କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀ ଙ୍କ କୁଶ ପୁତ୍ତଳିକା ଦାହ

Sunil Chandra Nayak

ଆଇନଜିବୀ ଶଙ୍କର୍ଷଣ ପଣ୍ଡାଙ୍କ ବାଇକ ଚୋରୀ

Sunil Chandra Nayak

Leave a Comment

error: Content is protected !!