ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃଦ୍ଧଙ୍କୁ ସାପ କାମୁଡିବାରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ

ଥୁଆମୂଳ ରାମପୁର:୨/୬- ମ.ନି.ସ:- ବୃଦ୍ଧଙ୍କୁ ସାପ କାମୁଡିବା ଫଳରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସୂଚନ ଅନୁସାରେ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୋପାଳପୁର ଗ୍ରାମପଞ୍ଚାୟତ ନିକଟସ୍ଥ ତୁକୁଗୁଡା ଗ୍ରାମର ଜନୈକ ଡାଳିଆ ମାଝୀ ବୁଧବାର ଦିନ ସକାଳେ ନିକଟରେ ଥିବା ଜଙ୍ଗଲକୁ କିଛି କାମ ନେଇ ଯାଇଥିଲେ। ସେହି ସମୟରେ ସାପ ତାଙ୍କ ମୁହଁକୁ ଲକ୍ଷ୍ୟ କରି ଚୋଟ ମାରିଦେଇଥିଲା। ଏହି ଘଟଣା କୁ ପରିବାର ଲୋକେ ଖବର ପାଇ ବୃଦ୍ଧଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଦେହାବସ୍ଥାରେ ଉନ୍ନତି ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କେସିଙ୍ଗା ମହାବିଦ୍ୟାଳୟ ଓଡିଆ ବିଭାଗର ବରିଷ୍ଠ ପ୍ରାଧ୍ଯାପିକା ମଞ୍ଜୁ ମେଧା ଗୁରୁଙ୍କ ଚାକିରୀ କାଳ ପରିପୂର୍ତ୍ତିର ଅବସର କାଳିନ ସମ୍ବର୍ଦ୍ଧନା

Sunil Chandra Nayak

କଂଗ୍ରେସ ଦଳରେ ଶତାଧିକ ବିଜେପି ଓ ବିଜେଡି ଦଳର କର୍ମୀ ସାମିଲ

Sunil Chandra Nayak

ନୂତନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!