ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସୁଧା ପ୍ରକଳ୍ପ ଅଞ୍ଚଳରୁ ତାର ଚୋରି ବୃଦ୍ଧି

ନର୍ଲା (ମନିସ) ଚଳିତ ଗ୍ରୀଷ୍ମ ପ୍ରବାହ ସମୟରେ ପାଣି ମୁଦାଏ ପାଇଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ନର୍ଲା ବ୍ଳକ ଅଞ୍ଚଳରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବସୁଧା ପ୍ରକଳ୍ପ ମାଧ୍ୟମରେ ସମସ୍ତଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ହେଉଛି। ତେବେ ଏହି ପ୍ରକଳ୍ପ ଅଞ୍ଚଳରେ ଦିନକୁ ଦିନ ବିଦ୍ୟୁତ ଓ ପାଣିକଳ ପାଇଁ ବ୍ୟବହାର ହେଉଥିବା ମୂଲ୍ୟବାନ ତାର ଚୋରି ବୃଦ୍ଧି ପାଉଛି।ଏକ କପର ୱେରର ମୂଲ୍ୟ ୧ ମିଟର ପାଇଁ ୩୫୦ ଟଙ୍କା ରହିଥିବା ବେଳେ ୧୦୦ ରୁ ୨୦୦ ମିଟର ତାରରୁ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ତାର ଚୋରି କରିବା ଦିଗରେ କାମ କରୁଛି। ଏକ ମାସ ପୂର୍ବରୁ ବଡଧାରପୁର, ଶାନ୍ତପୁର ପଞ୍ଚାୟତରେ କପର ୱେର ଚୋରି ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୦ ଗୋଟି ପଞ୍ଚାୟତ ଅଞ୍ଚଳରୁ ଏହି ତାର ଚୋରି ହୋଇଥିବା ଜଣାଯାଏ। ରୁପ୍ରା, ମୁସ୍କୁଟି ପୁଣି ତା ପୂର୍ବରୁ ତୁଲାପଡା,ଭୀମକେଲା,ଉଲିକୂପା,କର୍ମେ,ଵାଲସିଙ୍ଗା,ଭାନପୁର ଅଞ୍ଚଳରୁ ତାର ଚୋରି ହୋଇଛି।ଏ ଦିଗରେ ପାନୀୟ ଜଳ ଯୋଗାଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସେଠୀଙ୍କ କହିବା ଅନୁଯାୟୀ ୧ ମାସ ହେଲା ନର୍ଲା ଥାନାରେ ଚୋରି ସମ୍ପର୍କରେ ଏତଲା ଦିଆଯାଇଛି। ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନ ଥିବା ବେଳେ ଦିନକୁ ଦିନ କପର ତାର ଚୋରି ବୃଦ୍ଧି ପାଇବା ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି କହିଛନ୍ତି। ଅତି ନିଛାଟିଆ ଯାଗାରେ ଓ ନଦୀ କୂଳରେ ପାଣି କୂଅ ରହୁଥିବା ଯୋଗୁଁ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟ କେତେକ ଲୋକେ ମତ ପ୍ରକାଶ କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ସାଧନାପଣ୍ଡା ଙ୍କ କବିତା ଦଗ୍ଧ ବୈଶାଖ

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

କିଆପଦର ଗ୍ରାମ ଠାରେ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Leave a Comment

error: Content is protected !!