ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବ ନିମନ୍ତେ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ

ବାଲେଶ୍ବର,୦୨/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହେବ । ଏହା ଆସନ୍ତା ତା ୧୩/୬/୨୨ ରିଖରୁ ତା ୧୬/୬/୨୨ ରିଖ ଅର୍ଥାତ୍ ୪ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଉପଲକ୍ଷେ ଖଇରା ସ୍ଥିତ ଜେଭିସିସି କମ୍ପ୍ୟୁଟର ସେଣ୍ଟର ପରିସରରେ ଆଜି ଅର୍ଥାତ୍ ତା ୦୨/୬/୨୨ ରିଖ ଗୁରୁବାର ମହୋତ୍ସବ କମିଟିର ସଭାପତି ଅଧ୍ଯାପକ ସୁରେନ୍ଦ୍ର ନାଥ ରାଉତଙ୍କ ଅଧ୍ଯକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୋତ୍ସବ କମିଟିର ସମ୍ପାଦକ- ବସନ୍ତ ପାଢୀ, ସହ- ସମ୍ପାଦକ ବାଲ୍ମୀକି ନାୟକ, ଆବାହକ ଡ. ହରେକୃଷ୍ଣ ରାଉତ, ସଭ୍ୟ ସୌଭାଗ୍ୟ କୁମାର ସାହୁ ଓ ବିଭୁତି ଭୂଷଣ ତ୍ରିପାଠୀ ମଞ୍ଚାସୀନ ଥିଲେ । ସାମ୍ବାଦିକ ମାନଙ୍କ ତରଫରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ମଞ୍ଚାସୀନ ସଭ୍ୟମାନେ । ଖଇରା ସାମ୍ବାଦିକ ସଙ୍ଘର ସମ୍ପାଦକ ବଳରାମ ଲେଙ୍କା ମହୋତ୍ସବ ପରିସରରେ ସାମ୍ବାଦିକ ମାନଙ୍କ ପ୍ରତି ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ସମସ୍ୟା ବିଷୟରେ ଅବଗତ ହେଲାପରେ ଏବର୍ଷ କୌଣସି କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଅବହେଳା କରାଯିବ ନାହିଁ ବୋଲି ସଭାପତି ଶ୍ରୀ ରାଉତ ଏବଂ ଆବାହକ ଡ. ରାଉତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ଅତିଥି ମାନଙ୍କୁ ନେଇ ମହୋତ୍ସବ ପଡିଆ ହସି ଉଠିବ । ହଜି ଯାଉଥିବା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଭାଇଚାର ମାଧ୍ୟମରେ ବଜାୟ ରଖିବା ହେଉଛି ଏ ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, କରୁଣାକର ବିଶ୍ବାଳ, ଧନଞ୍ଜୟ ପଣ୍ଡା, ନିଶିକାନ୍ତ ମହାନ୍ତି, ସଞ୍ଜୟ ବେହେରା, ବିସ୍ମୟ ବେହେରା, ଉତ୍କଳବନ୍ଧୁ ପଣ୍ଡା ପ୍ରମୁଖ ବ୍ଲକ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ ବିଭୁତି ଭୂଷଣ ତ୍ରିପାଠୀଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!