ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅପେକ୍ଷା

ଅପେକ୍ଷା

 

ନଳିନୀ ପ୍ରଭା ମିଶ୍ର

 

ଅପେକ୍ଷା ଟି ଜାଳେ ସମସ୍ତଙ୍କ ପାଇଁ

  ଆଶାର ଉଜ୍ଜ୍ୱଳ ବତୀ

ଅପେକ୍ଷିତ ପ୍ରତି ମୂହୁର୍ତ୍ତ ଟି ଥାଏ

  ଆସନ୍ତା ଆଗତ ପ୍ରତି।

ଅପେକ୍ଷା ସିଏ ଜୀବନ ପାଇଁ

  ସମ୍ଭାବିତ ପ୍ରାତଃ ଉଷା

ଅପେକ୍ଷା ସିଏ ମୂହୁର୍ତ୍ତ ର ଭାବ

  ନୀରବ ଆଖିର ଭାଷା।

ଅପେକ୍ଷା ଶବ୍ଦଟି ଭାବ ବିହ୍ଵଳିତ

  ସମସ୍ତଙ୍କ ପାଶେ ଥାଏ

ଯିଏ ଯାହା ପାଇଁ ଅପେକ୍ଷା କର ଇ

  ତା’ର ମୂଲ୍ୟ ବୁଝେ‌ ସିଏ।

ଫୁଲର ଅପେକ୍ଷା ଷଟପଦ୍ କୁ 

   ଥାଏ ଚାତକ ମେଘକୁ ଚାହିଁ

କୋକିଳ ଅପେକ୍ଷା କରେ ବସନ୍ତ କୁ

  ରାଗିଣୀ ତୋଳିବା ପାଇଁ।

ମେଘକୁ ଅପେକ୍ଷା ଶିଖୀ କରିଥାଏ

  ଜଳକୁ ଅପେକ୍ଷା ଚାଷୀ

ଅପେକ୍ଷା ମୂହୁର୍ତ୍ତ ହେଲେ ବିଳମ୍ବିତ

  ଉଦବେଗ ବଡ଼ ଇ ବେଶୀ।

ଭକ୍ତ ଅପେକ୍ଷା କର ଇ ଜଗାକୁ

  ବଡ଼ ଦାଣ୍ଡେ ହୋଇ ଠିଆ

ନୟନ ପୂରାଇ ଦେଖିଦେଲେ ଥରେ

  ନାଚି ଉଠେ ତା’ର ହିଆ।

ଧରାର ଅପେକ୍ଷା ନିତ୍ୟ ପ୍ରଭାତ କୁ

  ନବ ନବ ଭାବ ଧରି

ପୁତ୍ରର ପଥକୁ ମା’ର ଅପେକ୍ଷା

  କିଏ ହେବ ତାହା ସରି।

ଛାତ୍ର ପାଇଁ ଥାଏ ଅପେକ୍ଷା ମୂହୁର୍ତ୍ତ

  ପରୀକ୍ଷା ର ଫଳାଫଳରେ

ଅପେକ୍ଷା ର ଅନ୍ତ ହୁଅଇ ସଫଳ

  ଭବ୍ୟ ସିଦ୍ଧି ର ବଳେ।

ଆଶା ଓ ଅପେକ୍ଷା ଦୁହେଁ ଦୁହିଁଙ୍କର

  ହୁଅନ୍ତି ପରିପୂରକ

ଧ ଇର୍ଯ୍ୟ ର ସାଥେ ଅପେକ୍ଷା ର

  ଫଳ ମଧୁର ଅଟେ ଅନେକ।

ଜୀବନ ଟା ଏକ ସମ୍ଭାବିତ କ୍ଷେତ୍ର

  ଅପେକ୍ଷା ଥାଏ ସାଥେ

ଭାବନା ତୂଳୀରେ ମନ ସିଲଟ ରେ

  ଆଙ୍କି ଯାଏ ଚିତ୍ର କେତେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଜୁଲାଇ ୪ ତାରିଖରୁ OJEE ପରୀକ୍ଷା ହେବ: ପ୍ରକାଶ ପାଇଲା ପରୀକ୍ଷା ସୂଚୀ….

ଘୋଡ଼ା ଡିଆଁ ସ୍ଥିତ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପ୍ରକଳ୍ପ ଅନୁମୋଦନ କଲେ ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ

Sunil Chandra Nayak

Leave a Comment

error: Content is protected !!