ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଦେଖି ତୋ ବଦନ ଆନନ୍ଦ ମୋ ଦିନ

       ସୁଖ ରଖ ମହାବାହୁ

ଜଗତ ମଙ୍ଗଳ କର ହିଁ ସଫଳ

    ତୁମ ଛଡ଼ା ନାଁ କେ ଆଉ।

ବିଶ୍ବର ଦେବତା ଦିଅ ସର୍ବ ବାର୍ତ୍ତା

    ଭଲମନ୍ଦ ତୁମେ ଜଣେ

ହସିଲେ ହସିବି କାନ୍ଦିଲେ କାନ୍ଦିବି

    ତୁମେ ମୋ ଜୀବନ ପ୍ରାଣେ।

ଯେତେଯାହାକଥାପଚାରିଲେ ମୋତେ

    ନାହିଁ ମୋପାଖେ ଉତ୍ତର

ପ୍ରଶ୍ନ ସବୁ ଦିଅ ମଧୁର ଉତ୍ତର

     କାରଣ ତୁମେ ଈଶ୍ୱର।

ବାହାର ଭିତର ବ୍ରହ୍ମ ଜ୍ଞାନ ଶକ୍ତି

     ତୁମେ ଏକା ଚିହ୍ନି ପାର

ତୁମ ଛଡ଼ା ବନ୍ଧୁ ଆଉ ନାହିଁ ମୋର

     ତୁମେ ଦୁ‍ଃଖ ଦୂର କର।

ଶକ୍ତି ମୁକ୍ତି ପଥ ଖୋଲି ଦିଅ ହରି

    ଶରଣ ନେଉଛି ପାଦ

ଦୟା କ୍ଷମା ଭକ୍ତି ମୋ ହୃଦୟ ଦିଅ

    ଝୁରେ ଏ ମାନଗୋବିନ୍ଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

ମାରୁଓ୍ବାଡୀ ଯୁବା ମଞ୍ଚ ପକ୍ଷରୁ ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ

Sunil Chandra Nayak

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ଅନ୍ଯତମ ଆସାମୀ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ -ରାଇରଙ୍ଗପୁର କୋର୍ଟ

Sunil Chandra Nayak

Leave a Comment

error: Content is protected !!