ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ଭୋକ

 ଭୋକ

     

ବାଲାଜି ସେଠୀ

 

ଉହ୍ନେଇର ନିଆଁ ଜଳୁଛି ଦିକିଦିକି ହୋଇ….

ପାଉଁଶ ତଳେ ପୋତି ହୋଇଯାଉଛି

ସବୁ ଇପ୍ସିତ ଆଶା…

ଭବିଷ୍ୟତ ଆକାଂକ୍ଷା ଗୁଡାକ ଠୁ ଠା ହୋଇ ଫାଟୁଛି,

ସୁନେଲି ସ୍ୱପ୍ନ ସବୁ ମୁରଝି ଗଲେଣି….

ଗୋଡ଼ରେ ନିୟତିର ବେଡି,

ହାତକୁ ପଛରୁ ଭିଡୁଛି ଲାଜର ଦଉଡି…

ବନ୍ଦ କୋଠରୀରେ ଅଣନିଶ୍ୱାସୀ ହୋଇ

କବାଟ ବାଡାଉଛି…..।

ବାହାରେ ତ ଶୁନଶାନ୍….!

ଶୁ…ଶୁ…ହେଇ ନିଶା ଗରଜୁଛି,

ପବନରେ ମିଳେଇ ଯାଉଛି ବିକଳ ଚିତ୍କାର,

କ୍ଷୀଣ ହେଇଯାଉଛି ବାସ୍ଫାରୁଦ୍ଧ କଣ୍ଠସ୍ୱର….

ନିୟତି ଖେଳୁଛି…..??

କଙ୍କାଳ ମାନଙ୍କ ସାଙ୍ଗରେ….

ମାଳମାଳ ମୁଣ୍ଡ ପେଣ୍ଡୁ ପରି ଗଡୁଛନ୍ତି

ନିୟତିର ଖେଳ ପଡ଼ିଆରେ….

ମୁଣ୍ଡବିହୀନ ଗଣ୍ଡି ଗୁଡାକ

କୋଳାହଳ କରୁଛନ୍ତି ପଡିଆ ବାହାରେ…

ଏଠି ପରଖା ଯାଏନି

ଖେଳାଳୀର ସାମର୍ଥ୍ୟ କି ଯୋଗ୍ୟତାକୁ,

ପ୍ରତିବନ୍ଧକ ନାହିଁ ନିର୍ଦ୍ଧାରିତ ସମୟକୁ…

ବଡ଼ ବିଚିତ୍ର ସେ ଖେଳ…..!!

ଜାଣିଛି…….

ଖେଳରେ ହାରିବ ସିଏ….

ପଡିଆ ଭିତରେ ନହେଲେ ବନ୍ଦ କୋଠରୀରେ,

ଉହ୍ନେଇର ଡହ ଡହ ନିଆଁରେ ପିଠି ସିଝିଗଲାଣି,

ଅନ୍ତନାଡୀ ସବୁ ଦଉଡି ବଳି ହେଇଗଲାଣି,

ମୁହଁ କଳାକାଠ ପଡ଼ିଗଲାଣି….

ହନୁହାଡ଼ କୋରଡ ଭିତରୁ 

ସେଠୁଆ,ଶୁଖିଲା ଆଖି ଯୋଡିକ

ଖୋଜୁଛି ମୁଠାଏ ଭାତ……..

ଭୋକ !!

,ଓଃ……

”କି ଭୋକ………!!!

 

       ସମାପ୍ତ
ଚିତ୍ରକୋଣ୍ଡା, ମାଲକାନଗିରି

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଶେଷ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବ୍ରେକ ଡାଉନ ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ରୋଗି ହନ୍ତସନ୍ତ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ହାରିବା

Sunil Chandra Nayak

Leave a Comment

error: Content is protected !!