ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଦୁହିତା

       ଦୁହିତା

 

      ରାଗ-ରାମକେରୀ

 

ବିଧାନଙ୍କ ବରଦାନରେ

      ହେଲା କନ୍ୟା ରତନ

ତ୍ରିପୁର ମୋହିବା ପାଇଁକି

       ଧରି ନବ ଯୌବନ |1|

 

ପିତୃକୁଳ ଆଉ ଶଶୁ୍ର

     ବଂଶ ରଖିବା ପାଇଁ

ବିଧାତା ଗଢିଲେ ସଂସାରେ

       କନ୍ୟାରତ୍ନନିଠାଇ |2|

 

ଉଭୟ କୁଳର ରକ୍ଷଣେ

      ଦୁହିତାର ଜନମ

ଉଭୟ ବଂଶର ମର୍ଯ୍ୟାଦା

      ଗୁଣ ସିନ୍ଧୁ ସୁଷମ |3|

 

ଉଭୟକୁଳର ଦୂରତା

     ରଖେ କନ୍ୟାରତନ

ତେଣୁ କୁଳଲଷ୍ମୀ ବୋଲାଏ

      ମର୍ତ୍ତ୍ୟେଦୁହିତା ଧନ|4|

 

ବିଧାତା ଗଢିଲେ ଯତନେ

      ନାରୀରତନ ମଣି

ତ୍ରିପୁର ଶୋଭିତା ପ୍ରତିମା

      ନିଜେ ବିଶ୍ୱବିନ୍ଧାଣି |5|

 

ରୂପବିଭବର ଅପୂର୍ବ.

      ଶୋଭା ଦୁହିତା ମଣି

ରୁପାରାଇଜରେ ଝଟକେ

        ସସାଗରା ମଣ୍ଡନୀ |6|

 

ସ୍ବର୍ଗମର୍ତ୍ତ୍ୟ ପାଦ ତଳରେ

        ଦୁହିତା ସମକେହି

ନ ଥିବେ ସଂସାରେ ତୁଳନା

    . ହେଵା ସକାଶେ କେହି |7|

 

ଦୁହିତା ସମାନ ନାହିଁକେ

      ଜଣେ ଦୁଲ୍ଲାଳ କନ୍ୟା

ଉଭୟ କୁଳକୁ ଉଦ୍ଧାରେ

      ରୂପ ଲାବଣ୍ୟ ବନ୍ୟା |8|

 

ପୁରୁଷ ସହିତ ନାରୀର

     . ମହାମିଳନ ହେଲେ

ହସିଉଠେଘର ସଂସାର

       ଦୁହିତାସୁଖେ ଥିଲେ |9|

 

ଯେଉଁଘରେ ସଦା ରହଇ

      ସୁଖେ ଦୁହିତା ରତ୍ନ

ସେହିସୁଖ ସ୍ନେହ ମିଳଇ

     ପାଇ ସଭିଙ୍କ ଯତ୍ନ |10|

 

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନିଖୋଜ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପେନସନ ନିୟମ କୋହଳ କଲେ ସରକାର

କଂକ୍ରିଟ ରାସ୍ତା ଖାଇଗଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!