ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା: ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନର୍ଲା(ମନିସ) ନର୍ଲା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ନୋଡାଲ ହାଇସ୍କୁଲର ସହ ଶିକ୍ଷୟିତ୍ରୀ ପ୍ରମିଳା କୁମାରୀ ପଟ୍ଟନାୟକ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କଲାପରେ ନର୍ଲା କ୍ଲଷ୍ଟର ପକ୍ଷରୁ ଏହି ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ, ସମ୍ମାନିତ ଅତିଥି ଭାବେ ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟମଣି ବାଗ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାଏକ ମଞ୍ଚାସୀନ ଥିଲେ। ନର୍ଲା ଶିକ୍ଷକ ସଂଘ ସଭାନେତ୍ରୀ ଦୀପାଞ୍ଜଳୀ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ବିନୋଦ ଭଞ୍ଜ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିର୍ମଳ ବାରିକ, ସିଆରସିସି ଅର୍ଜୁନ ବାଗଙ୍କ ସହ ନର୍ଲା କ୍ଳଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ ଓ ଉପହାର ଦେଇ ସମ୍ମାନିତ କରିଥିଲେ। ସଭାରେ ଅବସରପ୍ରାପ୍ତ ଶିକ୍ଷକ ମଧୂସୁଦନ ରାଉତ ସଭା ସଂଯୋଜନା କାର୍ଯ୍ୟ ତୁଲାଇଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଯାହାକୁ ଯିଏ

Sunil Chandra Nayak

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Sunil Chandra Nayak

Leave a Comment

error: Content is protected !!