ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଶହରା ଛୁଟି ହୋଇ ଥିବାରୁ ସମସ୍ତ ଛାତ୍ରୀ ଓ କର୍ମଚାରୀ ଛୁଟିରେ ଘରକୁ ଯାଇଛନ୍ତି।ଉକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଛୁଟିରେ ଜାଇ ନ ଥିବାରୁ ଆଜି ଭାରତର ତ୍ରୁତୀୟ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ଅକ୍ଟୋବର ୨ତାରିଖ ହୋଇ ଥିବାରୁ ପ୍ରଧାନ ଶିକ୍ଷକ ନିଜ କାର୍ଜ୍ୟାଳୟରେ ଦୁଇ ମହାନ ବ୍ୟକ୍ତିତ୍ଵ ଙ୍କ ଫଟୋ ରଖି ଫୁଲମାଳ ପକାଇ ଧୁପ ଦିପ ପ୍ରଜ୍ଵଳନ କରାଇ ଶାସ୍ତ୍ରୀଜୀ ଓ ଗାନ୍ଧୀଜୀ ଙ୍କ ଜୟନ୍ତୀ ପାଳନ କରିଥିଲେ।ଯେତେବେଳେ ଯେଉଁ ପର୍ବ ପର୍ବାଣୀ ହେଉ ଏହି ବିଦ୍ୟାଳୟ ରେ ପାଳନ ହୋଇ ଥାଏ,ତେଣୁ ଛାତ୍ରୀମାନେ ଘରକୁ ଯିବାକୁ ମନ କରନ୍ତି ନାହିଁ।ସମସ୍ତ ବିଦ୍ୟାଳୟ ରାଜ୍ୟ ସରକାର ଛୁଟି କରି ଥିବାରୁ ସମସ୍ତ ବିଦ୍ୟାଳୟ ଛୁଟି ପାଳିଛନ୍ତି,ଏଥିରୁ ଅବା ଉକ୍ତ ବିଦ୍ୟାଳୟ ବାଦ କିପରି ପଡିଥାଆନ୍ତା।ପ୍ରଧାନ ଶିକ୍ଷକ ଙ୍କ ଏପରି କାର୍ଜ୍ୟକ୍ରମକୁ ସବୁରି ମୁହରେ ପ୍ରଶଂସା କରାଯାଇଛି।

ନବରଙ୍ଗପୁର ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଅମିନ ସଂଘ ଢେଙ୍କାନାଳ ର ଜିଲ୍ଲା ସ୍ତରୀୟ ସାଧାରଣ ସଭା

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ମାଆ ଦାରିଦ୍ର୍ୟ ଭଞ୍ଜନୀ

Sunil Chandra Nayak

ବିଶୋଇରେ ମାଲବାହୀ ଟ୍ରକ ନେଲା ସାଇକେଲ ଆରୋହୀ ପ୍ରାଣ

Sunil Chandra Nayak

Leave a Comment

error: Content is protected !!