ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

ଭବାନୀପାଟଣା ତା ୪.୬.୨୦୨୨: (ମ ନି ସ) ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ ନିରୋଧ ନିଷ୍ଠୁରତା ସମିତି ଅଧ୍ୟକ୍ଷ ଡ଼ ଗାଭାଲି ପରାଗ ହର୍ଷଦ୍ ଭବାନୀପାଟଣା ପୌରପରିଷଦ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଶୁଭ ଉଦଘାଟନ କରିଛନ୍ତି।ଏହି ଆମ୍ବୁଲାନ୍ସ ସେବାର ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁ ଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨ କୁ ଯେ କୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବେ ।ଏହି ସେବା ସକାଳ ୬.୦୦ଘଣ୍ଟା ରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ନିଃଶୁଳ୍କ ରେ ଉପଲବ୍ଧ ହୋଇପାରିବ।ଏହି ଆମ୍ବୁଲାନ୍ସ ସେବାରେ ୨ ଜଣ ପ୍ରାଣୀ ଚିକିତ୍ସକ,୨ ଜଣ ପ୍ରାଣୀ ସହାୟକ ଏବଂ ୨ ଜଣ ସହାୟକ ୨ଟି ସିଫ୍ ରେ ସେବା ଯୋଗାଇବେ।ଖୁସିର ବିଷୟ ରାଜ୍ୟର ୧୧ ଟି ମ୍ୟୁନିସିପାଲଟି ମଧ୍ୟରୁ ଭବାନୀପାଟଣା ମ୍ୟୁନିସିପାଲଟି ଆଜିଠୁ ଏହି ସେବାରେ ଅନ୍ତର୍ଭୁକ୍ତ ହେଲା । ସୂଚନା ଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସମସ୍ତ ମ୍ୟୁନିସିପାଲଟିରେ ଅତିଶିଘ୍ର ଏହି ପ୍ରାଣୀ ଆମ୍ବୁଲାନ୍ସ ସେବାର ରାଜ୍ୟସ୍ତରୀୟ ଶୁଭ ଉଦଘାଟନ କରିବେ। ଏହି ଆମ୍ବୁଲାନ୍ସ ସେବାରେ ପରିଚାଳନା ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ” ଦାପ୍ତା” ସ୍ଵେଚ୍ଛା ସେବୀ ଅନୁଷ୍ଠାନ।ଉକ୍ତ ଉଦଘାଟନ ସମାରୋହରେ ସି ଡି ଭି ଓ ଡ ଚୈତନ୍ୟ ଚରଣ ସେଠୀ,ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଅଶୋକ ଚନ୍ଦ୍ର ପଣ୍ଡା, ଏ ଭି ଡି ଓ ଡ ଦୟା ସାଗର ଦୁରୀୟା,ଉପ ନିର୍ଦ୍ଦେଶକ, ପ୍ରାଣୀସମ୍ପଦ ଡ ଧର୍ମାନନ୍ଦ ମହାନ୍ତି,ଜିଲ୍ଲା ତାଲିମ ସଂଯୋଜକ ଡ କେଦାରନାଥ ଖମାରୀ, ଡି ଆଈ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଇ ଓ ,ମ୍ୟୁନିସିପାଲଟି ଶ୍ରୀ ବଳୟ ଦେହୁରୀ,ଦାପ୍ତା ସମ୍ପାଦକ ଶ୍ରୀ ରାଜୁ ଶର୍ମା ଙ୍କ ସମେତ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ।

Related posts

ବିଶ୍ଵ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ

Sunil Chandra Nayak

Leave a Comment

error: Content is protected !!