ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

ଆଜିର ତାଜା ଖବର

ଅପର୍ତ୍ତି ସେଠୀ

         (ରମ୍ୟ ରଚନା)

 

ଆଜିର ତାଜା ଖବର,

ଅଦଳବଦଳ ମନ୍ତ୍ରୀମଣ୍ଡଳ,ବ‌ଉଳଲୋ

ଇଏ, ଆମ ରାଜନୀତି ଖେଳ,

       ବ‌ଉଳ ଲୋ…..

ଧନ୍ୟ ସେ ରାଇଜ ରଜା,

କାହାକୁ ବାଣ୍ଟନ୍ତି ଯେ ବାରମଜା 

     ବ‌ଉଳ ଲୋ,

କାର, ବଜେଇଲେ‌ ବେଣ୍ଡ୍ ବାଜା

            ବ‌ଉଳ ଲୋ…..।

ରଜା, କଲେ ଆଜି ଯେଉଁ ଲୀଳା,

କାହା ଗଳେ ଦେଲେ ସେ ବନମାଳା

     ବ‌ଉଳ ଲୋ,

ପୁଣି କାହାପାଇଁ ବ୍ରହ୍ମ କିଳା,

     ବ‌ଉଳ ଲୋ…….।

ଘଡିକେ ଘୋଡ଼ା ଛୁଟୁଛି,

ଗାଦୀରୁ ଉଠି କେ କନ୍ଦି ଖୋଜୁଛି

      ବ‌ଉଳଲୋ,

ନୂଆ, ଠିଆପାଲା ଚାଲୁଅଛି

     ବ‌ଉଳ ଲୋ…….।

ପୁଣି,ତେର ଜଣ କ୍ୟାବିନେଟ,

ରାଷ୍ଟ୍ରପାହ୍ଯା‌ ଟାର୍ଗେଟରେ ଯେ ଆଠ

         ବ‌ଉଳ ଲୋ,

ଛ‌ଅ, ନୂଆ ଦିଶିଲେଣି ସ୍ପଷ୍ଟ,

          ବ‌ଉଳ ଲୋ…….।

ଆଜି,କି ଲାଗି ଏ କାରନାମା,

ଏ ‌ଗଣିତ ମୁଣ୍ଡେ ପଶୁନି ଜମା,

       ବ‌ଉଳ ଲୋ,

କିଏ, କରିବ ୟାକୁ ତର୍ଜମା

     ବ‌ଉଳ ଲୋ……..।

ପୁଣି,ଆମ ପ୍ରିୟ ମନ୍ତ୍ରୀ ମାନେ,

ଗାନ୍ଧୀ ଗୋପବନ୍ଧୁ ସେ ଜଣେ ଜଣେ

     ବ‌ଉଳ ଲୋ,

ନାହିଁ, ଦୁର୍ନୀତି ତାଙ୍କ ଜୀବନେ

      ‌ବ‌ଉଳ ଲୋ…….।

ଚଳୁ,କରିଛନ୍ତି କେ ରାସନ,

ଜଙ୍ଗଲ ଖଣିଜ‌ କେ କଲେ ପାନ

     ବ‌ଉଳ ଲୋ..

କିଏ ଦୁଷ୍କର୍ମରେ ଥିଲେ ଜାଣ,

    ବ‌ଉଳ ଲୋ………।

କଳି,ଯୁଗ ଧର୍ମ ପାଳିଛନ୍ତି,

ଅବଶ୍ୟ ରାଜସ୍ଵ ସେ ଗିଳିଛନ୍ତି

      ବ‌ଉଳ ଲୋ,

ଆଜି ଫାଟିଯାଏ କାର ଛାତି,

      ବ‌ଉଳ ଲୋ……..।

ଯିଏ, ପଦବୀ ହାତେଇ ଥିଲେ,

ସେବା ଛାଡି ନେବା ବଡ଼ କରିଲେ

     ବ‌ଉଳ ଲୋ..,

ଆମ, ରାଜସ୍ଵ ଚଳୁକରିଲେ

     ବ‌ଉଳ ଲୋ ……..।

ଯିଏ ,ଆଜି ପଦ‌ ହରେଇଲା,

ଦ‌ଅଁଗଞ୍ଜ ହେବା ବେଳ ଆସିଲା,

       ବ‌ଉଳ ଲୋ,

ଗର୍ବ,ଅହଙ୍କାର ଭାଙ୍ଗିଗଲା,

      ବ‌‌ଉଳ ଲୋ……..।

ଆଜି ,ଶପଥ ପାଠ କରିବେ,

ଗୀତା ଭାଗବତ ରାଣ ଖାଇବେ,

      ବ‌ଉଳ ଲୋ,

ବେଳ କାଳ ଦେଖି ଝାମ୍ପିନେବେ,

      ବ‌ଉଳ ଲୋ………।

ପୁଣି, ଆଗକୁ ଯେ ନିର୍ବାଚନ,

ରାଇଜ ରଜାଙ୍କ ମନ ଉଚ୍ଛନ୍ନ,

      ବ‌ଉଳ ଲୋ,

ତା’ପାଇଁ ଏତେକ ଭିଆଣ,ବ‌ଉଳଲୋ

 

ପାଳକଣା,କୋରୋ, କେନ୍ଦ୍ରାପଡ଼ା

    

Related posts

ବିଧାୟକ ଙ୍କ ଦ୍ଵାରା ଖାତିଗୁଡା କୁମ୍ଭାର ଶାଳ ମରାମତି ପ୍ରକଳ୍ପ ନିମନ୍ତେ ଶୁଭ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

Leave a Comment

error: Content is protected !!