ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ – ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ମିଶନ ଶକ୍ତି ଜରିଆରେ ପାରମ୍ପରିକ ଆଦିବାସୀ ଖାଦ୍ୟ ସମ୍ପର୍କିତ ନିଆରା କାର୍ଯ୍ୟକ୍ରମ

ଢେଙ୍କାନାଳ :ଜନ ମଙ୍ଗଳ ରାସୋଳ ତରଫରୁ ସରକାରୀ ସ୍ତରରେ ମିଶନ ଶକ୍ତି ଦ୍ବାରା ସଂଗଠନ ର ମହିଳା ସେବିକା ମାନଙ୍କୁ ନେଇ ଏକ ଉତ୍ପାଦନକାରୀ ସଙ୍ଘ ଦ୍ୱାରା ଆଦିବାସୀ ଖାଦ୍ୟଉପରେ ଏକ କାର୍ଯ୍ୟକ୍ରମ ତଥା ଯୋଗଣପାଇଁ ଏକ ଅନୁଷ୍ଠାନ କରାଯିବାର ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଆଜି ଓଡିଶା ଜୀବିକା ମିଶନ (ହିନ୍ଦୋଳ)ଅଫିସ୍ ରେ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ରାଉତ୍ ମହାଶୟ ଙ୍କ ସହିତ ସଂଗଠନ ର ଉପଦେଷ୍ଟା ହିନ୍ଦୋଳ ମ୍ଯୁନିସିପାଲିଟି 11 ନଂ ୱାର୍ଡ ର କାଉନସେଲର ପ୍ରଦ୍ଯୁମ୍ନ କୁମାର ବେହେରା ଏବଂ ମାଲକାନଗିରି ର ଜଳ,ଭୂମି ସଂରକ୍ଷଣ ଅଧିକାରୀ ପ୍ରିୟଙ୍କା ପଟ୍ଟନାୟକ ତଥା ସଭାପତି ବିଭୁପ୍ରସାଦ ଶତପଥୀ ଆଲୋଚନା କରିଥିଲେ ।ପ୍ରକାଶ ଥାଉକି ଶ୍ରୀଯୁକ୍ତ ରାଉତ୍ ଙ୍କ ତଥ୍ଯ ଅନୁଯାୟୀ ଆଗାମୀ ସାତ ଦିନ ଭିତରେ ସଂଗଠନ ତରଫରୁ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କଲେ ତଦନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବେ । ନାରୀ ସଶକ୍ତି କରଣ ତଥା ନାରୀ ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଏତାଦୃଶ କାର୍ଯ୍ୟ ସହାୟକ ହେବା ସହିତ ସଂଗଠନ ର ଆର୍ଥିକ ଉନ୍ନତି ରେ ସହାୟକ ହେବ ବୋଲି ଉପଦେଷ୍ଟା ପ୍ରିୟଙ୍କା ପଟ୍ଟନାୟକ ମହାଶୟା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ।

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

Sunil Chandra Nayak

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

Sunil Chandra Nayak

କବିତା – ମୁଁ ଓଡିଆ ମାଟିର କବି

Sunil Chandra Nayak

Leave a Comment

error: Content is protected !!