ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ -: ଵିଜାତଳା ମଧୁପୁର ଛକରେ ବାଇକ /ପିକଅପ ଭେନ୍ ମୁହାଁମୁହିଁ,ଜଣେ ମୃତ ,ଜଣେ ଗୁରୁତର

ମୟୂରଭଞ୍ଜ ୫/୬/୨୨( ମସିହା) ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର-ବିଶୋଇ ଜାତୀୟ ତମ ରାଜପଥ ବିଜାତଳା ବ୍ଳକ ବିଶୋଇ ମଧୁପୁର ଛକରେ ବାଇକ୍ ସହ ମାଲ ବୋଝେଇ ପିକଅପ ଭେନ ମୁହାଁମୁହିଁ ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି ।ଘଟଣାଟି ଆଜି ୧୨.୩୦ ଟା ପାଖାପାଖି ସମୟରେ ଘଟିଛି । ଘଟଣାସ୍ଥଳରେ ବିଶୋଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅଗ୍ନିଶମ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ବାଇକରେ ଥିବା ଜଣଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଅନ୍ୟ ମାନଙ୍କର ଚିକିତ୍ସା କରୁଛନ୍ତି ।ମୃତକ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଜେଦେରଘୁଟୁ ଗ୍ରାମର ଦାସମାତ ହେମ୍ବ୍ରମ(୫୦) ,ଅନ୍ୟ ଜଣେ ଗୁରୁତର ହେଲେ କାରା ମୁର୍ମୁ(୪୦) ।ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ କରୁଛି । ବାଇକ ଚାଳକ ମାନେ ଲୁହାକାନୀ ପଞ୍ଚାୟତକୁ ଚାଉଳ ନେବାପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଅହିଂସା ରଥ କୁ ଭବ୍ୟ ସମ୍ବର୍ଦ୍ଧନା ପାଇଁ ବ୍ଲକ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

Sunil Chandra Nayak

ସଟ ସର୍କିଟ ରେ ଦୁଇ ପରିବାର ଘର ଜଳି ଯାଇ ପାଉଁଶ , ଅଳ୍ପକେ ବର୍ତିଲେ ପରିବାର ଲୋକେ , ପ୍ରଶାସନ ପକ୍ଷରୁ ସହାୟତା

Sunil Chandra Nayak

Leave a Comment

error: Content is protected !!