ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି କର୍ଲାପାଟ ରେ ଥିବା ଖଣ୍ଡୁଆଳ ମାଳି କୁ ସୁରକ୍ଷା ଦାବିରେ ବିରାଟ ଜନ ସମାବେଶ

ଆଜି ବିଶ୍ବ ପରିବେଶ ଦିବସ

ଯୋଗଦେଲେ ବିଶିଷ୍ଟ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର୍

ଥୁଆମୂଳ ରାମପୁର:୫/୬- ମ.ନି.ସ:- କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ନିକଟସ୍ଥ ଖଣ୍ଡୁଆଳମାଳିର କର୍ଲାପାଟ ଜାତୀୟ ବନ୍ୟପ୍ରାଣୀ ଉଦ୍ୟାନ ବା ରିଜର୍ଭ ଫରେଷ୍ଟ ସୀମାରେ ବକ୍ସାଇଟ ଖଣି ଖନନ ପାଇଁ   ନିଲାମ ହୋଇଥିବା ଖଣ୍ଡୁଆଳ ମାଳି ଖଣି ଲିଜକୁ ବାତିଲ କରି ହଜାର ହଜାର ଆଦିବାସୀ – ଦଳିତ ତଥା ଜଙ୍ଗଲବାସୀଙ୍କ  ସୁରକ୍ଷା, ସବୁଦିନ ପାଇଁ ଖଣି ଖନନକୁ ନିଷେଧ କରିବାକୁ ଦାବି କରି  ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ପକ୍ଷରୁ ପେରମଞ୍ଜି ଠାରେ ଆଜି ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ବିଶିଷ୍ଠ ଆନ୍ଦୋଳନ ନେତ୍ରୀ ମେଧା ପାଟକର, ପ୍ରଫୁଲ୍ଲ ସାମନ୍ତରା ସମେତ ବହୁ ଆଦିବାସୀ ନେତା ଯୋଗଦେଇଥିଲେ । ସରକାର ୨୦୨୧ରେ ଖଣି ନିଲାମ କରିବା ପୂର୍ବରୁ ଖଣି ବିରୋଧୀ ଆନ୍ଦୋଳନ ସଂଘ କରି ଆସୁଛି । ଏହି ଜଙ୍ଗଲରେ ମୂଲ୍ୟବାନ ଜୈବ ବିବିଧତାର ହାତୀମାନଙ୍କ ସୁରକ୍ଷା , ମହୁଲ ଗଛ , କେନ୍ଦୁପତ୍ର ଠାରୁ ଆରମ୍ଭ କରି ଅନେକ ପ୍ରକାର ଜଙ୍ଗଲଜାତ ଦ୍ରବ୍ଯ ଔଷଧୀୟ ଗୁଲ୍ମଲତାରେ ଭରପୂର ରହିଅଛି। ଜଙ୍ଗଲ ଜାତ ଦ୍ରବ୍ଯ ରୁ ଖଣ୍ତୁଆଳମାଳି ପାଦଦେଶରେ ଅନେକ ଗ୍ରାମର ହଜାର ହଜାର ଅଧିବାସୀ ଜୀବିକାର ଉତ୍ସ ପାଲଟିଛି। ଏହାର ସ୍ରୋତର ସୁରକ୍ଷା ପାଇଁ ଖଣି ଖନନ ନିଷେଧ କରାଯାଉ । ଏହି ଦାବି ପୂରଣ ପାଇଁ ଆନ୍ଦୋଳନ ବ୍ୟାପକ ହେବ ତେଣୁ ଆଜି ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସରେ କର୍ଲାପାଟ ସମେତ ଖଣ୍ଡୁଆଳ ମାଳିର ସ୍ଥାୟୀ ସୁରକ୍ଷା ଦାବିରେ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା । ଦେଶର ବିଶିଷ୍ଠ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର ଓ ରାଜ୍ୟର ଜନ ଆନ୍ଦୋଳନ ନେତମଣ୍ଡଳୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ନେତ୍ରୃମଣ୍ତିଳୀ ଓ ଖଣ୍ତୁଆଳମାଳି ସୁରକ୍ଷା ସମିତିର କର୍ମକର୍ତ୍ତା ସମେତ୍ ଅଞ୍ଚଳର ଲୋକେ ଏହି ସମାବେଶରେ ସାମିଲ ହୋଇଥିଲେ

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମନରେଗା, ମମତା ଓ ପେନସନ ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

Sunil Chandra Nayak

ଆରମ୍ଭ ହେଲା ନର୍ଲାରୋଡ ରେ ଦୁର୍ଗାପୂଜା, ସନ୍ଧ୍ୟା ଆଳତି ପାଇଁ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ଼

Sunil Chandra Nayak

ଚାରି ଝିଅ ଙ୍କ ସହ ଭଙ୍ଗାଘରେ ଜୀବନ ବିତାଉଛି ଗୋମତୀ

Sunil Chandra Nayak

Leave a Comment

error: Content is protected !!