ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତିଶୀଳ ଓଡିଶା  ରେ  ଦାଦନ ଦୁଃଖ !!

  ଦାଦନ ଖଟିବାକୁ ଯାଇ ଆଉ ଜଣେ ଯୁବକ ଶେଷ ନିଶ୍ବାସ ତ୍ୟାଗ କଲେ

ଥୁଆମୂଳ ରାମପୁର:୬/୬- ମ.ନି.ସ:- ଦାଦନ ସମସ୍ୟା କମିବାର ନାଁ ଧରୁନାହି , କାମ ଅନ୍ୱେଷଣ ରେ ଅନ୍ୟ ରାଜ୍ୟ କୁ ଯିବା ଆଉ ସେଠି ବିଭିନ୍ନ ପରିସ୍ଥିତି ରେ ମୃତ୍ୟୁବରଣ କରି ଶବ ହୋଇ ନିଜ ଭିଟାମାଟି କୁ ଫେରିବା ଏହା ଏକ ନିତିଦିନିଆ ଘଟଣା ହେଇଗଲାଣି  । ଏହି ପରି ଆଉ ଏକ ହୃଦୟ ବିଦାରକ  ଦାଦନ ଖଟିବାକୁ ଯାଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୋମବାର କେରଳ ରାଜ୍ଯର ପଲାକ୍କାଡ ଜିଲ୍ଲା ପଟ୍ଟାଂଦିର ସାଉଥ୍ ମାଲାବାର ଷ୍ଟିଲ କମ୍ପାନୀରେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ରୁ ଜଣାଯାଇଛି ଯେ,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପିନାଥପୁର ନିକଟସ୍ଥ ଚିଙ୍ଗୁଡ଼ି ଫାସ ଗ୍ରାମର ଜନୈକ ବ୍ଯକ୍ତି ସାଧବ ଝୋଡିଆ ଙ୍କ ପୁଅ ସୁଦର୍ଶନ ଝୋଡିଆ ୬/୬/୨୦୨୨ ଦିନ କମ୍ପାନୀ ପରିସର ରେ ଥିବା ଏକ ଗଛକୁ ଚଢୁଥିଲେ। ଏହି ସମୟରେ କୌଣସି କାରଣରୁ ପାଖରେ ଥିବା ବିଦ୍ଯୁତ ତାରର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ସେ ଗୁରୁତର ଆଘାତ ପାଇଥିଲେ। ଖବର ପାଇ ସାଥୀ ଶ୍ରମିକ ଓ ସମ୍ପକୀୟ କାକା ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସେଭେନ୍ ହସ୍ପିଟାଲ କୁ ନେଇଥିଲେ। ହସ୍ପିଟାଲରେ ସୁଦର୍ଶନ ଝୋଡିଆ ମୃତ୍ୟୁବରଣ କରିଥିବା ବିଷୟରେ ଡାକ୍ତର ପ୍ରକାଶ କରିଥିଲେ।ତେବେ ସୁଦର୍ଶନ ଝୋଡିଆ ଙ୍କ ମୃତ ଶରୀର କି ଭଳି ଭାବରେ ନିଜ ଜନ୍ମ ମାଟିକୁ ଫେରିବ ସେନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। କମ୍ପାନୀ ପାଖରେ କାମ କରୁଥିବା ଅନ୍ଯ ଜଣେ ତାଙ୍କର କାକା କମ୍ପାନୀ ସହିତ କଥାବାର୍ତ୍ତା ହେଉଛନ୍ତି ବୋଲି ଖବର ମିଳିଛି। ଏହା ଉପରେ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରି ଶବକୁ ଗାଁକୁ ଫେରେଇ ଆଣିବାରେ ସହଯୋଗର ହାତ ବଢ଼ାନ୍ତୁ ବୋଲି ପରିବାର ଅନୁରୋଧ କରୁଛନ୍ତି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚାଷ କାର୍ଯ୍ୟରୁ ବିମୁଖ ଯୁଵପିଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଚ୍ଚ ଶିକ୍ଷିତ ସଫଳ ଯୁବ ଧାନ ଚାଷୀ ସୁଜନ ବାବୁ ‌

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

Leave a Comment

error: Content is protected !!