ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରକୁ ଘର ବୁଲି ଆଧାର ସେବା ଯୋଗାଇବେ ପୋଷ୍ଟମ୍ୟାନ୍

ଏବେ ୪୮ ହଜାର ପୋଷ୍ଟମ୍ୟାନଙ୍କୁ ତାଲିମ ଦିଆଯାଉଛି

୨ୟ ପର୍ଯ୍ୟାୟରେ ଆଉ ଦେଢ ଲକ୍ଷ ପୋଷ୍ଟାଲ ଅଫିସରଙ୍କୁ ତାଲିମ ଦିଆଯିବ

ପୋଷ୍ଟମ୍ୟାନ ଏଣିକି ଆଉ ଏକ ଜରୁରୀ ସେବା ଯୋଗାଇବେ । ତାହା ହେଉଛି ଆଧାର ସମ୍ପର୍କିତ ସେବା ।  ସେମାନେ ଆପଣଙ୍କ ଘରକୁ ଯାଇ ଆଧାର ଓ ମୋବାଇଲ ନମ୍ବର ଲିଙ୍କ୍, ଛୋଟ ପିଲାମାନଙ୍କର ଆଧାର ପଂଜୀକରଣ, ଆଧାର ତଥ୍ୟ ଅପଡେଟ୍ ଆଦି କାର୍ଯ୍ୟ କରିପାରିବେ । ଏସବୁ କାର୍ଯ୍ୟ ପାଇଁ ଆପଣଙ୍କୁ ଏବେ ସ୍ଥାନୀୟ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ୁଛି । କିନ୍ତୁ ଗ୍ରାମାଞ୍ଚଳ ଲୋକେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁ ସେବା ଏବେ ଆପଣଙ୍କ ଘରେ ପହଞ୍ଚିବ ।

ମିଳିଥିବା ସୂଚନା ଅନୁସାରେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏବେ ସାରା ଦେଶରେ ପ୍ରାୟ ୪୮ ହଜାର ପୋଷ୍ଟମ୍ୟାନଙ୍କୁ ତାଲିମ ଦିଆଯାଉଛି । ସେମାନେ ଯେପରି ଦୂର ଅପହଞ୍ଚ ଇଲାକାରେ ପହଞ୍ଚି ଆଧାର ସେବା ଯୋଗାଇପାରିବେ । ଏହି କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ଆଉ ଦେଢ ଲକ୍ଷ ପୋଷ୍ଟାଲ ଅଫିସରଙ୍କୁ ତାଲିମ ଦିଆଯିବ ।

ଦେଶର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଚଳାଇଥିବା କାର୍ଯ୍ୟକ୍ରମ ଅଧିନରେ ଏସବୁ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଯୋଜନା ସଫଳ ହେଲେ ଦେଶର ଅପହଞ୍ଚ ଅଂଚଳର ଲୋକମାନଙ୍କର ଆଧାର ପଂଜୀକରଣ ସମ୍ଭବ ହୋଇପାରିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବ କୁମାର ଦାସ ଙ୍କ ଗଳ୍ପ ଅଧର୍ମର ବିନାଶ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ମାଆ

Sunil Chandra Nayak

ଖଜୁରପଡା ରେ ଦିନ ଦ୍ବିପହରରେ ଡକାୟତି , ପୋଲିସ କୁ ଚାଲେଞ୍ଜ

Sunil Chandra Nayak

Leave a Comment

error: Content is protected !!