ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ସୂନାମୁହିଁ ସାଗର ପରିଦର୍ଶନରେ ନର୍ଲା ବିଧାୟକ ଓ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ

ରୁପ୍ରା, (ମନିସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ବିରାଟକାୟ ୭୫ ଏକର୍ ବିଶିଷ୍ଟ ସୂନାମୁହିଁ ସାଗର ଯାହାକି ୧୯୮୫ ମସିହାରୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ କେବେ ମଧ୍ୟ ପଙ୍କୋଦ୍ଧାର ହୋଇପାରି ନଥିଲା। ଏଣୁ ଏବାବଦରେ ବାରମ୍ୱାର ଗଣମାଧ୍ୟମ ରେଖବର ପ୍ରକାଶିତ ହେବାପରେ ବିଭାଗୀୟ ଅଧିକାରୀଙ୍କ ଚେତନା ଜାଗ୍ରତ ହୋଇ ଶିଘ୍ର ଟେଣ୍ଡର ଆହ୍ବାନ ଦେଇଥିଲେ । ଟେଣ୍ଡର ଖୋଲା ହେବାପରେ ଭବାନୀପାଟଣାର ଜଣେ ଠିକାଦାର ଏହି କାମ ପାଇବା ପରେ ପଙ୍କୋଦ୍ଧାର କାମ ଗତ ରବିବାର ଠାରୁ ଆରମ୍ଭ ହୋଇଛି । ମାତ୍ର ଆହୁରି କମଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ଆସିବା ସହିତ ବର୍ଷା ହେବାର ଆଶଙ୍କା ଥିବାରୁ ଉକ୍ତ ପୋଖରୀର ପଙ୍କୋଦ୍ଧାର କାମ ବାଧାପ୍ରାପ୍ତ ହେବା ଅନୁମାନ କରାଯାଉଛି ।

ଉକ୍ତ ସାଗରର ପଙ୍କୋଦ୍ଧାର ତଥା ଉନ୍ନତି ମୂଳକ କାର୍ଯ୍ୟପାଇଁ ମଞ୍ଜୁର ହୋଇଥିବା ଟଙ୍କା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ୍ୟ । ଉକ୍ତ ସାଗରର ଉନ୍ନତି ମୂଳକ କାର୍ଯ୍ୟପାଇଁ ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସହ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ନର୍ଲା ବିଧାୟକ ଶ୍ରୀ ସିଂହ ଉକ୍ତ ସାଗର ପରିଦର୍ଶନ କରିଥିବା ବେଳେ ଗ୍ରାମବାସୀମାନେ ଆହୁରି କିଛି ଅଧିକ ଟଙ୍କା ମଞ୍ଜୁର କରେଇବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ସିଂହ ନିଜ ପ୍ରତିକ୍ରିୟାରେ କହିଲେ ମୁଁ ଏଠୁ ଗଲାପରେ ସନ୍ଧ୍ୟାରେ ବିଭାଗୀୟ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କଲାପରେ ଆହୁରି ଟଙ୍କା ମଞ୍ଜୁର କରିବା ପାଇଁ ଭୁବନେଶ୍ୱରରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବି ବୋଲି କହିଲେ ଓ ଏହି ବ୍ଲକ୍ ଅଧିନ ତୁଲାପଡା ଏମ୍.ଆଇ.ପି ପ୍ରକଳ୍ପର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମଧ୍ୟ ଟେଣ୍ଡର ଖୋଲିଥିବା ବେଳେ ଏଥିପାଇଁ ୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଓ ମଙ୍ଗଳବାର ନଡ଼ିଆ ଭାଙ୍ଗି ଏହି ପ୍ରକଳ୍ପର ଶୁଭ ଦେବି ବୋଲି କହିଥିଲେ। ସେହିପରି ମ. ରାମପୁର ବ୍ଲକ୍ ର ହରିହର ସାଗର ପାଇଁ ମଧ୍ୟ ଟେଣ୍ଡର ଖୋଲିଥିବା ସୂଚନା ଦେଇଥିଲେ। ସେହିପରି ପ୍ରେଞ୍ଚୋ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବା ସହ ବିଭିନ୍ନ ଗ୍ରାମର ପାନୀୟ ଜଳ ସମସ୍ୟା ବାବଦରେ ଗ୍ରାମବାସୀ ତଥା ଆର୍.ଡବ୍ଲୁ.ଏସ୍.ଏସ୍ ବିଭାଗର ଯନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବା ପ୍ରକାଶ କରିଥିଲେ। ବିଧାୟକଙ୍କ ପରିଦର୍ଶନ ସମୟରେ ଏସ୍. ଡି. ଓ ଦିଲ୍ଲିପ ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଠିକା ସଂସ୍ଥାର ଉପମନ୍ୟୁ ମହାକୁଡଙ୍କ ସମେତ ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ନର୍ଲା ବ୍ଲକ୍ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭୋପାଳ ନାଗ, ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ, ପୁର୍ବ ସରପଞ୍ଚ ଅକୃର ସାହୁ , ତେଜରାଜ ସାହୁ, ରାଜୀବ ସାହୁ, ପ୍ରଶାନ୍ତ ସେନାପତି, ହିରାଧର ସାହୁ, ସୁଦାମ ସାହୁ, ବିକାଶ ନାଏକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ରୁପ୍ର। ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଆମ ମାଆ

ନୂଆପଡା – ରବିମଣ୍ଡି ଆରମ୍ଭ, ପ୍ରଥମ ଦିନରେ ଉଠିଲା ନାହିଁ ବସ୍ତାଏ ଧାନ 

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

Sunil Chandra Nayak

Leave a Comment

error: Content is protected !!