ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡି ସମସ୍ୟାନେଇ ଧରମବନ୍ଧା ଅଞ୍ଚଳଚାଷିଙ୍କ ଦ୍ବାରା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ

ନୂଆପଡା: ବିଜେପି କିଷାନ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ର ଜିଲ୍ଲା ଆବାହକ ଯଦୁ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଧରମ ବନ୍ଧା ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଘେରାଉ କରାଯାଇଥିଲା। ଦୀର୍ଘଦିନରୁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ପଡ଼ିରହିଛି। ବର୍ତ୍ତମାନ ଆଜି ତାରିଖରେ ବିଭିନ୍ନ ମଣ୍ଡିରେ ପ୍ରାୟ ଦେଢ଼ ଲକ୍ଷ ବସ୍ତା ଧାନ ପଡ଼ିରହିଛି।ଟୋକନ ଲେପ୍ସ ହେବା ତଥା ମାନସୁନ ବର୍ଷା ର ଆଗମନ ଓ ମଣ୍ଡିରେ ଧନ ନଷ୍ଟ ହୋଇ ଯିବା ଭୟ ଚାଷୀ ମାନଙ୍କୁ ଘାରିଛି । ଏଥିପାଇଁ ଚାଷୀମାନେ ଉଦବିଗ୍ନ ଓ ଉତକ୍ଷିପ୍ତ ଅବସ୍ଥାରେ ଅଛନ୍ତି।ବର୍ତ୍ତମାନ ଜିଲ୍ଲା କୁ ଆହୁରି ଅତିକମରେ ଦୁଇ ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ଟାର୍ଗେଟ ଆସିଛି ମାତ୍ର ଚୌରାଲିସ ହଜାର କୁଇଣ୍ଟାଲ।ଏ ପରିସ୍ଥିତି ରୁ ଫାଇଦା ଉଠାଇବା ପାଇଁ ମିଲ ମାଲିକମାନେ କଟନୀ ଛଟନୀ ର ପରିମାଣ ବଢ଼େଇ ଚାଲିଛନ୍ତି। ମିଲ ମାଲିକ ମାନ ଙ୍କୁ ମାସ ଇସୁ କରାଯାଉନାହିଁ କିମ୍ବା ମିଲ ମାଲିକ ମାନେ ଜାଣିଶୁଣି ଧାନ ଉଠେଇବା ବ୍ୟବସ୍ଥା କୁ ଧୀର ମନ୍ଥର ଗତିରେ ଚଳେଇଛନ୍ତି।ଚାଷୀ ଧାନ ନ ଉଠିବା ଭୟରେ ଯେତେ କଟନୀ ଛଟନୀ ହେଲେ ମଧ୍ୟ ଯେମିତି ବିନା ପ୍ରତିବାଦରେ ରାଜି ହୋଇଯିବେ ତାର ମାହୋଲ ସୃଷ୍ଟି କରାଯାଉଛି। ସରକାର, ପ୍ରଶାସନ ଓ ମିଲ ମାଲିକ ଙ୍କ ଏ ଅସାଧୁ ମେଣ୍ଟର ଚାଷୀ ଙ୍କୁ ଶୋଷଣ କଷଣ ପ୍ରବୃତ୍ତି କୁ ଚାଷୀ ନେତା ଶ୍ରୀ ପାଣିଗ୍ରାହୀ ଘୋର ନିନ୍ଦା କରିଛନ୍ତି।ଉତ୍ୟକ୍ତ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଚେମ୍ବର କୁ ଧସେଇ ପଶିଥିଲେ ଏବଂ ଆଲୋଚନା କରିଥିଲେ।ଚାଷୀ ମାନଙ୍କ ତରଫରୁ ସି.ଏସ.ଓ. ଙ୍କୁ ସମସ୍ୟା ସମାଧାନ ପାଇଁ ତିନି ଦିନ ର ଅଲଟିମେଟମ ଦିଆ ଯାଇଛି ନଚେତ ଉଗ୍ର ଆନ୍ଦୋଳନ ମାଧ୍ୟମରେ ଜବାବ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସି.ଏସ.ଓ. ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ସହିତ ଫୋନ ଯୋଗେ କଥା ହୋଇ ଚାଷୀଙ୍କ ସମସ୍ତ ଧାନ ଉଠିବା ପାଇଁ ଆବଶ୍ୟକ ଟାର୍ଗେଟ ନିଶ୍ଚୟ ଆସିବ,ମିଲ ମାଲିକ ଙ୍କ ଏକଛତ୍ର ସମାପ୍ତ କରିବା ପାଇଁ ବାହାର ଜିଲ୍ଲା ର ମିଲର ଙ୍କୁ ଅନୁମତି ଦିଆଯିବ ଓ ଶୀଘ୍ର ମଣ୍ଡି ଗୁଡିକ ଖାଲି କରାଯିବ ବୋଲି ଚାଷୀ ମାନଙ୍କୁ ପ୍ରତିଶୃତି ଦେଲାପରେ ଚାଷୀମାନେ ଘେରାଓ ରୁ ଓହରିଥିଲେ।ଏହି ଆନ୍ଦୋଳନରେ ଶତାଧିକ ଚାଷୀଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଭରତ ଲାଲ ରାଉତ,ଧରମ ବନ୍ଧା ସରପଞ୍ଚ ଶ୍ରୀମତୀ ଭୁବନେଶ୍ଵରୀ ଦଣ୍ଡସେନା, ସମିତି ସଦସ୍ୟା ଶ୍ରୀମତି ନଳିନୀ ମାଝୀ, ଗେନ୍ଦ ରାମ ସାହୁ,କୈଳାଶ ମାଝୀ, ଅଂଜୋର ସିଂ ମାଝୀ, ଲଳିତ ମୋହନ ମାଝୀ, ସଦାନନ୍ଦ ମାଝୀ, ବାବା ଚରଣ ସାହୁ,ବିଶ୍ୱମ୍ଭର ରାଉତ,ବିନୋଦ ରାଉତ, ବଦ୍ରୀ ନାରାୟଣ ଦଣ୍ଡସେନା, ଗୌତମ ସିନହା ପ୍ରମୁଖ ସାମିଲ ହୋଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ଏଚଡିଏଫସି ବ୍ୟାଙ୍କ ନୂତନ ଶାଖା ଉଦ୍ଘାଟିତ

Sunil Chandra Nayak

ଯୌତୁକ ଜନିତ ହତ୍ୟା ,ଜଣେ କୋର୍ଟ ଚାଲାଣ

ରାଉରକେଲା – କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!