ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନଏଚଏଆଇ ର ଗିନିଜ ବିଶ୍ୱ ରେକର୍ଡ….

୧୦୫ ଘଣ୍ଟାରେ ୭୫କିମି ରାଜପଥ ନିର୍ମାଣ

ବିଟୁମିନ୍‌ସ କଙ୍କ୍ରିଟ୍‌ର ଦୀର୍ଘତମ ସଡ଼କ ନିର୍ମାଣ କରି ଭାରତ ଗିନିଜ୍ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ମହାରାଷ୍ଟର ଅମରାବତୀରୁ ଅକୋଲା ମଧ୍ୟରେ ଜାତୀୟ ରାଜପଥ ୫୩ରେ ୭୫ କିମି ଲମ୍ବା ସଡ଼କକୁ ନିରନ୍ତର ଭାବେ ନିର୍ମାଣ କରି ୧୦୫ ଘଣ୍ଟା ୩୩ ମିନିଟ୍‌ରେ ଶେଷ କରିଛି। ସଡ଼କ ଓ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଜୁନ୍ ୩ ତାରିଖ ସକାଳ ୭ଟା ୨୭ରେ କାମ ଆରମ୍ଭ ହୋଇ ଜୁନ୍ ୭ ତାରିଖ ଅପରାହ୍ନ ୫ଟାରେ ଶେଷ ହୋଇଥିଲା। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ଏହି କାମରେ ନିୟୋଜିତ ଏନ୍‌ଏଚ୍‌ଏଆଇର ୮୦୦ କର୍ମଚାରୀ, ଘରୋଇ କମ୍ପାନିର ୭୨୦ କର୍ମଚାରୀ ଏବଂ ସ୍ବାଧୀନ ପରାମର୍ଶଦାତାମାନଙ୍କୁ ସେ ଧନ୍ୟବାନ ଜଣାଇଛନ୍ତି। ଏହା ପୂର୍ବରୁ ବିଟୁମିନସ କଂକ୍ରିଟ୍ ରୋଡ୍‌ର ଦୀର୍ଘତମ ନିରନ୍ତର ସଡ଼କ ନିର୍ମାଣରେ ଗିନିଜ୍ ବିଶ୍ବ ରେକର୍ଡ କାତାରର ଆଶଘାଲର ନାମରେ ଥିଲା। ୨୦୧୯ ଫେବ୍ରୁଆରି ୨୭ରେ ଏହା ୨୭.୨୫ କିମି ରାସ୍ତା ନିର୍ମାଣ କରି ରେକର୍ଡ କରିଥିଲା। ନିର୍ମାଣ କାର୍ଯ୍ୟ ୧୦ ଦିନରେ ଶେଷ ହୋଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ବିଜୁଳି ଗ୍ରାହକଙ୍କୁ ଜୋରିମାନା ଓ ମାଡ ସାଙ୍ଗକୁ ଅଘୋଷିତ ବିଜୁଳି କାଟ, ଉପଭୋକ୍ତା ହେଲେ ହନ୍ତ ସନ୍ତ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!