ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ରେ ୭ଟି ଆଦିବାସୀ ସଂଗଠନ ପକ୍ଷରୁ ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୨ ତମ ଶହୀଦ ଦିବସ ପାଳିତ

ମୟୂରଭଞ୍ଜ-୯/୬/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥ ପୂର୍ଣଚନ୍ଦ୍ର ଭବନ ପରିସରରେ ୭ଟି ଆଦିବାସୀ ସଂଗଠନ ପକ୍ଷରୁ ଆଜି ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୨ ତମ ଶ୍ରାଦ୍ଧ ଦିବସ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।ଶହୀଦ ବିର୍ସା ମୁଣ୍ଡା ଆଦିବାସୀଙ୍କ ଆଇନ ଓ ପ୍ରାତଃ ସ୍ମରଣୀୟ ଧରଣୀ ବାବା ।ଅନ୍ୟାୟ,ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସେ ଥିଲେ ଯୋଦ୍ଧା । ସ୍ଵତନ୍ତ୍ରତା ସଂଗ୍ରାମର ଅଜୟ ଯୋଦ୍ଧା ଵିର୍ସା ମୁଣ୍ଡା ମାତ୍ର ୨୫ ବର୍ଷରେ ଫିରିଙ୍ଗି ଶାସନ ବିରୋଧରେ ଲଢି ଶହୀଦ ହୋଇଥିଲେ ।ଜଳ,ଜଙ୍ଗଲ,ମାଟି ଓ ମାନୁଶ ପାଇଁ ଲଢି ଶହୀଦ ହୋଇ ଇତିହାସରେ କିମ୍ବଦନ୍ତୀ ଯୁବକ ହିସାବରେ ଲିପିବଦ୍ଧ ହୋଇ ରହିଛନ୍ତି ।ତଦକାଳୀନ ଅବିଭକ୍ତ ବିହାର  ରାଜ୍ୟ ତଥା ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟରେ ଇଂରେଜମାନେ ଆଦିବାସୀଙ୍କ ଉପରେ ଅନ୍ୟାୟ ଭାବରେ ଖଜଣା ଆଦାୟ,ଜମି ହଡ଼ପ,ପାଟି ଫିଟାଇଲେ ମାଡ଼,ଶୋଷଣ,ଜମି ଛଡେଇନେବା ଇତ୍ୟାଦି ବିରୋଧରେ ବିର୍ସା ମୁଣ୍ଡା ପାଠ ଛାଡି ଫିରିଙ୍ଗି ଶାସନ ବିରୋଧରେ ଲଢିଥିଲେ । ସେଥିପାଇଁ ଦୁଇବର୍ଷ ହଜାରିବାଗ ଜେଲରେ ଥିଲେ । ଶେଷରେ ଇଂରେଜୀ ଙ୍କ ହାତରେ ଧରାପଡି ରାଞ୍ଚି ଜେଲରେ ଥିଲେ ।ସେଠାରେ ଆଜିର ଦିନରେ ତାଙ୍କର ମୃତ୍ୟୁ ହୋଇଥିଲା ।ସେହି ମହାନ ଯୁବ ସଂଗ୍ରାମୀଙ୍କ ଦେଶମାତୃକାର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ବିର୍ସା ମୁଣ୍ଡା ଙ୍କ ସ୍ମୃତିରେ ଆଜି ତାଙ୍କର ୧୨୨ ତମ ଶହୀଦ ଦିବସ ରାଇରଙ୍ଗପୁରରେ ଆସେକା ସଭାପତି ମନୋରଂଜନ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଗଣ ଜିଲ୍ଲାପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ହରି ଵିରୁଆ, ଆଦିବାସୀ ନେତ୍ରୀ ପାର୍ବତୀ ବିରୁଆ,ସଂପାଦକ ଜୀତେନ୍ଦ୍ର ନାଥ ବାସ୍କେ ବହୁ ସଂଖ୍ୟା ଆଦିଵାସୀ ଲେଖକ,କବି, ସାମାଜିକ କର୍ମୀ, ସ୍ବେଛାସେବୀ ପ୍ରମୁଖ ଯୋଗଦେଇଥିଲେ ।ସମସ୍ତେ ଶହୀଦ ବିର୍ସା ମୁଣ୍ଡା ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତିଧର୍ମଠାରୁ ଉର୍ଦ୍ଧ୍ବରେ ରହି ଅନ୍ୟାୟ,ଅତ୍ଯାଚାର,ଶୋଷଣ ବିରୋଧରେ ଲଢେ଼ଇ କରିବା ଉଚିତ ବୋଲି ବକ୍ତବ୍ୟରେ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶତାଧିକ ଦେଶପ୍ରେମୀ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ନାରୀ

Sunil Chandra Nayak

ଜାମଦା ଥାନା ଅନ୍ତର୍ଗତ ବଡକୁଲେଇବିରା ମୌଜାକୁ ବିଭକ୍ତ ନ କରିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ

Sunil Chandra Nayak

ନାଗଝରୀ ଗ୍ରାମରେ ସରପଞ୍ଚଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ

Leave a Comment

error: Content is protected !!