ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ବର,୧୧/୬/୨୨- ବିଦ୍ୟାଳୟର ବିଭିନ୍ନ ପ୍ରକାର ହେରଫେରକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କଡମିଆଁ ଗ୍ରାମରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ, ଉକ୍ତ ଗ୍ରାମରେ ଥିବା ରାଧାଶ୍ଯାମ ସାରସ୍ବତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ଗତ ୧୯୮୬ ମସିହାରୁ କାର୍ଯ୍ୟ କରି ଆସୁଅଛନ୍ତି । ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ବିଦ୍ୟାଳୟକୁ ଆସୁଥିବା ଅନୁଦାନ ଯଥା- SIG, RAMPS, CWSN ପାଇଖାନା, kitchen Garden Grant, ଏପରିକି ପିଲା ମାନଙ୍କ stypend ଉଠାଇ ଆତ୍ମସାତ୍ କରିଥିବାର ଖବରପାଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକଙ୍କୁ ନେଇ ଗ୍ରାମରେ ବସି ଆଲୋଚନା କରିଥିଲେ । ପରେ କମିଟି ହେରଫେର ବାବଦରେ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ପଚାରିଥିଲା । ହେଲେ ଶ୍ରୀ ଦାସ କେତେକ ମାନିଥିଲେ ଓ ଅନ୍ୟ କେତେକ ମାନି ନଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ଗ୍ରାମବାସୀମାନେ BEO ଖଇରାଙ୍କ ନିକଟରେ ଗତ ତା ୨୭/୫/୨୨ ରିଖରେ ଅଭିଯୋଗ କରିଥିଲେ । BEO ଗୋଲକ ବିହାରୀ ପାଢ଼ୀ ଗ୍ରାମବାସୀଙ୍କ ଅଭିଯୋଗକୁ ପାଥେୟ କରି ଗତ ତା ୦୯/୫/୨୨ ରିଖରେ ABEO ଶ୍ରୀଧର ବେହେରା, Accuantant ଖୁକନ ସେଠୀ, ବିଦ୍ଯାଧର ଦାସ ଓ କିରାଣୀ ନିଗମ ନିକୁଞ୍ଜ ସେଠୀଙ୍କୁ ତଦନ୍ତ ପାଇଁ ବିଦ୍ୟାଳୟକୁ ପଠାଇଥିଲେ । ତଦନ୍ତକାରୀ ଟିମ୍ ବିଦ୍ୟାଳୟରେ ପହଞ୍ଚି ଅଭିଯୋଗକାରୀ ଗ୍ରାମବାସୀ ମାନଙ୍କୁ ଡକାଇ ସର୍ବ ସମ୍ମୁଖରେ ରେକର୍ଡ ପତ୍ର ଯାଞ୍ଚ କରିଥିଲେ ମଧ୍ୟ କୌଣସି ସଠିକ୍ ରେକର୍ଡ ପତ୍ର ପାଇନଥିଲେ । ମାତ୍ର ପ୍ରଧାନ ଶିକ୍ଷକ ଶ୍ରୀ ଦାସ ୨୦୧୦ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ଗୋଟିଏ Cash Book ଦେଖାଇଥିବା ବେଳେ M.C ରିଜୋଲେସନ୍ ଓ MDM ର କୌଣସି ରେକର୍ଡ ଏବଂ ହରିଜନ/ଆଦିବାସୀ ପିଲାଙ୍କୁ ପ୍ରଦାନ କରାଯାଉଥିବା stypend ଟଙ୍କା ରେଜିଷ୍ଟର ଦେଖାଇ ପାରିନଥିଲେ । ବିନା ରିଜୋଲେସନ୍ ରେ ପ୍ରଧାନ ଶିକ୍ଷକ କିପରି ଟଙ୍କା ଉଠାନ୍ତି ଏବଂ କିପରି U.C ପାସ୍ କରାନ୍ତି ତାହା ଗ୍ରାମବାସୀ ମାନଙ୍କୁ ଚକିତ କରିଥିଲା । ତଦନ୍ତକାରୀ ଟିମ୍ କେବଳ ସେହି Cash Book ନେଇ ବିଦ୍ୟାଳୟରୁ ଫେରିଥିଲେ । ବର୍ତ୍ତମାନ ପ୍ରଧାନ ଶିକ୍ଷକ ପଳାଇ ଯାଇଥିବା ହରିଜନ/ଆଦିବାସୀ ପିଲାଙ୍କ ଘରକୁ ଘର ଯାଇ stypend ଟଙ୍କା ବାଣ୍ଟିବା ସହିତ ପ୍ରତ୍ୟେକ ପିଲାଙ୍କ ଠାରୁ ୮/୧୦ ଦସ୍ତଖତ ଆଣୁଛନ୍ତି ।

             ଏଠାରେ ପ୍ରକାଶ ଥାଉକି ଗତ ତା ୨୬/୫/୨୨ ରିଖ ସମାଜ ପେପରର ବାଲେଶ୍ବର ପୃଷ୍ଠାରେ ବସ୍ତା BEO ଲଲାଟେନ୍ଦୁ କେଶରୀ ଜେନା ବସ୍ତା ବ୍ଲକର ବାଖରାବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତୀ ପରିଡାଙ୍କୁ ବିଦ୍ୟାଳୟ ଅର୍ଥ ହେରଫେର ଘଟଣାରେ ନିଲମ୍ବିତ କରିଥିବା ବେଳେ ଉକ୍ତ(କଡମିଆଁ) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାସ ନିଲମ୍ବିତ ହେଉ ନାହାନ୍ତି କାହିଁକି ? ଏହା ପଛରେ କାହାର ହାତ ଅଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହିତ ଏହାର ଉପଯୁକ୍ତ ତଦନ୍ତ କରି ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଗତା ତା ୨୭/୫/୨୨ ରିଖ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । କିନ୍ତୁ ଅଭିଯୋଗ ହେବାର ପ୍ରାୟ ୧୫ ଦିନ ବିତି ଯାଇଥିଲେ ମଧ୍ୟ BEO କାର୍ଯ୍ୟାଳୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଗ୍ରାମବାସୀମାନେ ଗଣମାଧ୍ୟମର ସାହାଯ୍ୟ ଲୋଡିଛନ୍ତି । ଗ୍ରାମବାସୀଙ୍କ ଠାରୁ ସମସ୍ତ ବିବରଣୀ ଶୁଣିବା ପରେ ମତାମତ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା । ହେଲେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଗତ ତା ୩୧/୫/୨୨ ରିଖରେ ଅବସର ନେଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ଏଥିସହିତ ଉକ୍ତ ଅଭିଯୋଗ ପତ୍ରର ନକଲ ଜିଲ୍ଲାପାଳ ବାଲେଶ୍ବର ଓ ଭିଜିଲାନ୍ସ ବିଭାଗକୁ ପ୍ରଦାନ କରିଛନ୍ତି ଯାହା ମଧୁସୂଦନ ନାୟକ, ସ୍ବପ୍ନେଶ୍ବର ମୁଖୀ, ଧନେଶ୍ୱର ରାଉତ, ଜଗବନ୍ଧୁ ସ୍ବାଇଁ, ଅଭିରାମ ରାଉତ, ଗୋବିନ୍ଦ ଚନ୍ଦ୍ର ମୁଖୀ, ରମେଶ କୁମାର ମୁଖୀ, ଅଲେଖ ମୁଖୀ, ସୁବାଷ ଚନ୍ଦ୍ର ମୁଖୀ, ଦୀନବନ୍ଧୁ ସ୍ବାଇଁ, ଜୟନ୍ତ ସ, ସୁଶାନ୍ତ ମୁଖୀ, ବସନ୍ତ ମୁଖୀ, ତାପସ କୁମାର ରାଉତ, ଭକ୍ତିକାନ୍ତ ରାଉତ, ଜୟରାମ ରାଉତ, ସିଦ୍ଧେଶ୍ବର ନାୟକ, ଦେବେନ୍ଦ୍ର ସ, ଘନଶ୍ୟାମ ରାଉତ, ରଞ୍ଜନ କୁମାର ରାଉତ, ରବୀନ୍ଦ୍ର କୁମାର ରାଉତ, ତ୍ରିଲୋଚନ ବାରିକ, ରଘୁନାଥ ରାଉତ, ତ୍ରିଲୋଚନ ନାୟକ, ବାବାଜୀ ଚରଣ ରାଉତ ଓ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ କଡମିଆଁ ଗ୍ରାମବାସୀଙ୍କ ଅଭିଯୋଗ ପତ୍ରରୁ ଜଣାପଡିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁକାନରୁ ଚୋରି ଜିନିଷ ଉଦ୍ଧାର ,ଜଣେ କୋର୍ଟ ଚାଲାଣ

Sunil Chandra Nayak

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

Sunil Chandra Nayak

ଚିଲକପୁରରେ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!