ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ଆଜି ଅଟଇ ପବିତ୍ର ଦିନ

ଆଜି ଅଟଇ ପବିତ୍ର ଦିନ

ଆଜି ଜ୍ଯୋଷ୍ଠ ମାସ ହୋଇଗଲା ଶେଷ ହସୁଅଛି ପରିବେଶ

କଳିଆ ହୋଇବ ଗଜାନନ ବେଶ ସ୍ନାନଦେବୀ ପୁଲକିତ।

 

ସ୍ନାନ ପୂର୍ଣ୍ଣିମା କୁ ରଜ ପର୍ବ ଆଜି ଅଟଇ ପବିତ୍ର ଦିନ

ପୁରପଲ୍ଲୀ ଆଜି ହୁଏ ମୁଖରିତ ଆନନ୍ଦ କୃଷକ ମନ।

 

ଢଳି ଢଳି ଆସିବ କଳାସାଆନ୍ତ ଭାଇ ଭଉଣୀ ଙ୍କୁ ନେଇ

ସ୍ନାହାନ ବେଦୀରେ ସ୍ନାହାନ କରିବ ସୁନା କୂଅ ପାଣି ଆଣି।

 

କୁମାରୀ ମାନଙ୍କ ମନ ଛନଛନ ହୋଇ ନବ କଳେବର

ରଜ ଦୋଳି ଖେଳ ଗୀତ ଖାଉଛନ୍ତି ଆଖି ତାଙ୍କ ଢଳଢଳ।

ସବୁ ଓଷାବ୍ରତ ପର୍ବପର୍ବାଣୀ ରେ କାଳିଆ ଠାକୁର ମୂଳ

ଓଡ଼ିଆ ଜାତିର ଗର୍ବ ଓ ଗୌରବ ତାଙ୍କୁ ମୋ କୋଟି ଜୁହାର।

 

ଜନରଞ୍ଜନପ୍ରଧାନ

ଆଳୋଇ
ବାଲିପାଟଣା
ଖୋର୍ଦ୍ଧା

Related posts

ସାହିତ୍ୟ ଅଗଣା

Sunil Chandra Nayak

ବାଲେଶ୍ବର – ଅଂଶୁଘାତରେ ଚାଲିଗଲା ଜୀବନ !

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ମମତା ସାହୁ ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!